fbpx

୩ୟ ଥର ପାଇଁ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଲେ ଯୋଗୀ ଆଦିତ୍ୟନାଥ, ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ମମତା ଓ କେଜରିୱାଲ ?

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଚେହେରା ପାଲଟିଛନ୍ତି । ପ୍ରତିଷ୍ଠିତ ମିଡିଆ ସମୁହର ‘ମୁଡ୍ ଅଫ୍ ଦି ନେସନ’ ଦ୍ୱାରା ଏକ ସର୍ଭେ ହୋଇଥିଲା ଯେଉଁଥିରେ ସାଧାରଣ ଜନତା ଯୋଗୀ ଆଦିତ୍ୟନାଥଙ୍କୁ ନଂ ୧ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲେ । ଦେଶରେ ୧.୩୬ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ନେଇ ଏହି ସର୍ଭେ ହୋଇଥିଲା ଯେଉଁଥିରେ ୩୩% ଲୋକମାନେ ଯୋଗୀଙ୍କୁ ଉତ୍ତମ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ କରିଥିଲେ । ଏହି ସର୍ଭେରେ କ୍ରମାଗତ ତୃତୀୟ ଥର ପାଇଁ ଯୋଗୀ ଦେଶର ପ୍ରିୟ ମୁଖ୍ୟମନ୍ତ୍ରୀ ଟାଇଟଲ ପାଇଛନ୍ତି ।

‘ମୁଡ୍ ଅଫ୍ ଦି ନେସନ’ ଦେଶର ୩୦ଟି ରାଜ୍ୟକୁ ନେଇ ଏକ ସର୍ଭେ କରିଥିଲା । ଏହି ସର୍ଭେ ମାଧ୍ୟମରେ ଲୋକଙ୍କୁ ପ୍ରଶ୍ନ କରାଯାଇଥିଲା କି କିଏ ଦେଶର ସବୁଠାରୁ ଉତ୍ତମ ମୁଖ୍ୟମନ୍ତ୍ରୀ ? ଦେଶର ୩୩% ଜନସାଧାରଣ ଯୋଗୀ ଆଦିତ୍ୟନାଥଙ୍କ ନାଁରେ ମୋହର ମାରିଥିଲେ । ଏହି ସର୍ଭେରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ୨ୟ ସ୍ଥାନରେ ଅଛନ୍ତି । ତାଙ୍କୁ ୧୩.୮% ଭୋଟ ମିଳିଥିଲା । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୯.୧% ସହ ୩ୟ ସ୍ଥାନରେ ଅଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌୍ କେ ଷ୍ଟାଲିନ୍ ୪.୭% ସହ ୪ର୍ଥ, ଆନ୍ଧ୍ରପ୍ରଦେଶ ସିଏମ୍ ଚନ୍ଦ୍ରବାବୁ ନାଇଡୁ ୪.୬% ସହ ୫ମ ସ୍ଥାନରେ ଅଛନ୍ତି । ଏହି ତାଲିକାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ମହାରାଷ୍ଟ୍ର ସିଏମ୍ ଏକନାଥ ଶିନ୍ଦେ, କର୍ଣ୍ଣାଟକ ସିଏମ୍ ସିଦ୍ଦରମୈୟା, ଆସାମ ସିଏମ୍ ହିମନ୍ତ ବିଶ୍ୱ ସର୍ମା, ଉତ୍ତରାଖଣ୍ଡ ସିଏମ୍ ପୁଷ୍କର ସିଂହ ଧାମୀ ଆଦି ଏହି ଦୌଡ଼ରେ ପଛରେ ଅଛନ୍ତି ।

 

Get real time updates directly on you device, subscribe now.