fbpx

ମହାକୁମ୍ଭ ୨୦୨୫ ଲୋଗୋ ଉନ୍ମୋଚନ କଲେ ଯୋଗୀ ଆଦିତ୍ୟନାଥ, ନକାରାତ୍ମକ କଥା ଠାରୁ ଦୂରେଇ ରହିବା ପାଇଁ ସାଧୁସନ୍ଥଙ୍କୁ କଲେ ନିବେଦନ

ଲକ୍ଷ୍ନୌ: ‘ମହାକୁମ୍ଭ ୨୦୨୫ ଭବ୍ୟ ଏବଂ ଦିବ୍ୟ ହେବ କିନ୍ତୁ ଏହାର ଦାୟିତ୍ୱ ଆପଣ ସମସ୍ତଙ୍କର । ଏହି ମହାକୁମ୍ଭରେ ଦେଶ ବିଦେଶରୁ ଆସିଥିବା ଶ୍ରଦ୍ଧାଳୁ ଏବଂ ସାଧୁସନ୍ଥଙ୍କ ସମ୍ମାନ କରାଯିବ । ଏଥିପାଇଁ ସରକାର ମହାକୁମ୍ଭର ବ୍ୟବସ୍ଥା ସୁନିଶ୍ଚିତ କରିବ ।’ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜରେ କୁମ୍ଭ ମେଳା ୨୦୨୫ ଲୋଗୋ ଉନ୍ମୋଚନ କରି ଏହା କହିଛନ୍ତି । ଅଖିଲ ଭାରତୀୟ ଆଖଡ଼ା ପରିଷଦର ସାଧୁସନ୍ଥଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସେ କହିଥିଲେ, ‘ଏହା ସନାତନମାନଙ୍କ ପାଇଁ ସବୁଠାରୁ ବଡ଼ ମେଳା ଅଟେ । ଏଥିପାଇଁ ସରକାରଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରାଯାଇଛି । ୨୦୧୯ ଠାରୁ କୁମ୍ଭ ମେଳା ୨୦୨୫ରେ ଉତ୍ତମ ବ୍ୟବସ୍ଥା କରାଯିବ । ୟୁପିରେ ଥିବା ୭୦୦ରୁ ଉର୍ଦ୍ଧ୍ୱ ମନ୍ଦିରର ପୁନଃରୁର୍ଦ୍ଧାର କରିବେ ସରକାର ।’

କୁମ୍ଭ ମେଳା ୨୦୨୫କୁ ନେଇ ଯୋଗୀ ସାଧୁସନ୍ଥଙ୍କୁ ନକାରାତ୍ମକ କଥା ଠାରୁ ଦୂରେଇ ରହି ସକାରାତ୍ମକ ଚିନ୍ତାଧାରା ଆପଣାଇବା ପାଇଁ ନିବେଦନ କରିଛନ୍ତି । ଅପରପକ୍ଷରେ ସାଧୁନ୍ଥଙ୍କୁ ଯୋଗୀ ଆଶ୍ୱାସନା ଦେଇଛନ୍ତି କି ମହାକୁମ୍ଭ ସମୟରେ ସ୍ୱଚ୍ଛ ଓ ନିର୍ମଲ ଗଙ୍ଗା ଜଳ ଉପଲବ୍ଧ ହେବ । ସାଧୁସନ୍ଥଙ୍କ ମର୍ଯ୍ୟାଦା ଏବଂ ସମ୍ମାନ ବିରୋଧରେ କୌଣସି କାର୍ଯ୍ୟ ହେବ ନାହିଁ । ମହାକୁମ୍ଭରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଭେରିଫିକେସନ୍ ହେବ । ଏଥର ବର୍ଷା ଏବଂ ବନ୍ୟା ଯୋଗୁଁ ଗୋଟିଏ ମାସ ବିଳମ୍ବ ହୋଇଛି କିନ୍ତୁ ମହାକୁମ୍ଭ ପୂର୍ବରୁ ସମସ୍ତ କାର୍ଯ୍ୟ ସୁନିଶ୍ଚିତ କରିବେ ସରକାର ।

Get real time updates directly on you device, subscribe now.