fbpx

ଯୋଗୀ ସରକାରଙ୍କ ବଡ ଆକ୍ସନ, ମୁକୁଲ ଗୋଏଲଙ୍କୁ ଡିଜିପି ପଦରୁ ହଟାଇଲେ

ଲକ୍ଷ୍ନୌ: ଏକ ବଡ ନିଷ୍ପତ୍ତିକ୍ରମେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ମୁକୁଲ ଗୋଏଲଙ୍କୁ ହଟାଇଛନ୍ତି। ତାଙ୍କ ସ୍ଥାନରେ ଏଡିଜି ପ୍ରଶାନ୍ତ କୁମାରଙ୍କୁ ଡିଜିପି ଦାୟିତ୍ଵ ଦେଇଛନ୍ତି। କାର୍ଯ୍ୟରେ ଅବହେଳା, ବିଭାଗୀୟ କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ ନକରିବା ଏବଂ ଉଦାସୀନତା କାରଣରୁ ଗୋଏଲଙ୍କୁ ପଦରୁ ହଟାଯାଇଥିବା କୁହାଯାଉଛି। ତାଙ୍କୁ ବର୍ତ୍ତମାନ ଡିଜି ନାଗରିକ ସୁରକ୍ଷାରେ ନିଯୁକ୍ତ କରାଯାଇଛି।

ମୁକୁଲ ଗୋଏଲ ୨୦୨୧ ଜୁଲାଇ ୨ ତାରିଖରେ ପୋଲିସ ମହାନିର୍ଦ୍ଦେଶକ ପଦ ସମ୍ଭାଳିଥିଲେ। ସେ ୧୯୮୭ ବ୍ୟାଚର ଆଇପିଏସ ଅଫିସର। ଏହା ପୂର୍ବରୁ ସେ ବିଏସଏଫର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ପଦରେ କାର୍ଯ୍ୟରତ ଥିଲେ। ଏହା ପରେ ତାଙ୍କୁ ଉତ୍ତର ପ୍ରଦେଶ ଡିଜିପି ଭାବେ ନିଯୁକ୍ତ କରାଯାଇଥିଲା।

ଉଲ୍ଲେଖନୀୟ ଗୋଏଲ ପୂର୍ବରୁ ଅନେକ ବିବାଦରେ ଛନ୍ଦି ରହିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୦୦୦ରେ ଜଣେ ବିଧାୟକଙ୍କ ହତ୍ୟା ପରେ ଗୋଏଲଙ୍କୁ ଏସଏସପି ପଦରୁ ସସପେଣ୍ଡ କରାଯାଇଥିଲା। ପରେ ୨୦୦୬ରେ ପୋଲିସ ନିଯୁକ୍ତିରେ ଅନିୟମିତତା ମାମଲାରେ ତାଙ୍କ ନାମ ଉଠିଥିଲା।

Get real time updates directly on you device, subscribe now.