fbpx

ଦକ୍ଷିଣ କୋରିଆର ରାଷ୍ଟ୍ରପତି ଭାବେ ଶପଥ ନେଲେ ୟୁନ ସୁକ୍-ୟୋଲ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ୟୁନ ସୁକ୍-ୟୋଲ । ସିଓଲର ବିଧାନସଭାରେ ସେ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି । ପ୍ୟୋଙ୍ଗଯାଙ୍ଗଙ୍କ ସହ କଠୋର ହେବାକୁ ପ୍ରତିଜ୍ଞା କରିଥିବା ୟୁନ ସୁକ୍-ୟୋଲ କହିଛନ୍ତି ଯେ, ‘ମୁଁ ଲୋକଙ୍କ ସାମ୍ନାରେ ଶପଥ ନେଉଛି କି ମୁଁ ରାଷ୍ଟ୍ରପତିଙ୍କ ଦାୟିତ୍ୱକୁ ସଚ୍ଚୋଟତାର ସହ ପାଳନ କରିବି ।’

ତେବେ ୟୁନ ସୁକ୍-ୟୋଲ ମଧ୍ୟରାତ୍ରିରେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଛନ୍ତି । ମୁଖ୍ୟ ବିରୋଧୀ ପିପୁଲ ପାୱାର ପାର୍ଟିର ୬୦ ବର୍ଷୀୟ ୟୁନ ସୁକ୍-ୟୋଲ ନିର୍ବାଚନରେ ୪୮.୬% ଭୋଟ ହାସଲ କରି ବିଜୟୀ ହୋଇଛନ୍ତି । ଏହି ବିଜୟ ସହ ଡେମୋକ୍ରାର୍ଟିକ ପାର୍ଟିର ଲି ଜେ-ମ୍ୟୁଙ୍ଗଙ୍କୁ ରାଷ୍ଟ୍ରପତି ପଦରୁ ବାହାର କରିଛନ୍ତି । ସୂଚନା ମୁତାବକ, ଡେମୋକ୍ରାର୍ଟିକ ପାର୍ଟିକୁ ୪୭.୮% ଭୋଟ୍ ମିଳିଥିଲା ।

Get real time updates directly on you device, subscribe now.