ମୋଦିଙ୍କ ପ୍ରେମରେ ଇଟାଲି ପ୍ରଧାନମନ୍ତ୍ରୀ ମେଲୋନି, ଏବେ ଚାରିଆଡ଼େ ଚର୍ଚ୍ଚା
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫୋଟୋ । ଦୁବାଇରେ ଦୁହେଁ ନେଇଥିଲେ ସେଲଫି ।
ନୂଆଦିଲ୍ଲୀ: କାନାଡାରେ ପ୍ରଧାନମନ୍ତ୍ରୀ ମୋଦି ଜି-୭ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏ ଅବସରରେ ମୋଦିଙ୍କୁ ଭେଟିଛନ୍ତି ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ।
ସାକ୍ଷାତ ପରେ ଦୁହେଁ ପରସ୍ପରକୁ ଗ୍ରିଟ୍ କରି କରମର୍ଦ୍ଦନ କରିଛନ୍ତି । ଯାହାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ମୋଦି ଏବଂ ମେଲୋନି ଦୁହେଁ ହସ, ଖୁସିରେ କଥା ହେଉଥିବା ଦେଖିବାକୁ ମିଳିଛି । ଯାହାର ଫଟୋ ମେଲୋନି ନିଜ ଏକ୍ସ ଆକାଉଣ୍ଟରେ ଶେୟାର କରିବା ସହ ଏହାକୁ ରିଶେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଦୁହିଁଙ୍କର ଏହି ସ୍ୱଳ୍ପ ସାକ୍ଷାତକାରରେ ମେଲୋନି ମୋଦିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ତୁମେ ସୁବୁଠାରୁ ବେଷ୍ଟ, ମୁଁ ତୁମପରି ହେବାକୁ ଚେଷ୍ଟା କରୁଛି ।
ମେଲୋନି ଶେୟାର କରିଥିବା ଫଟୋରେ ଇଟାଲି ଏବଂ ଭାରତର ଦ୍ୱିପାକ୍ଷୀକ ସମ୍ପର୍କରେ ଲାଭବାନ ହେବା ନେଇ ଆଶାବାଦୀଥିବାବେଳେ ମୋଦି ଉକ୍ତ ପୋଷ୍ଟକୁ ରିଶେୟାର କଥା କରି ସମାନ କଥା କ୍ୟାପ୍ସନରେ ଉଲ୍ଲେଖ କରିଛନ୍ତି ।
ଏହାପୂର୍ବରୁ ମୋଦି ଏବଂ ମେଲୋନି ଦୁବାଇରେ ଅନୁଷ୍ଠିତ କୋପ୍୨୮ ସମ୍ମିଳନୀରେ ପରସ୍ପର ସହ ଭେଟ ହୋଇଥିଲେ । ଯେଉଁଠାରେ ମେଲୋନି ମୋଦିଙ୍କ ସହ ସେଲଫି ନେଇଥିଲେ । ଯାହାକୁ ନେଇ ଦୁହେଁ ଖବର ଶିରୋନାମା ମଣ୍ଡନ କରିଥିଲେ ।
Fully agree with you, PM Giorgia Meloni. India’s friendship with Italy will continue to get stronger, greatly benefitting our people!@GiorgiaMeloni https://t.co/LaYIIZn8Ry
— Narendra Modi (@narendramodi) June 17, 2025