fbpx
BJD SKY
BJD SKY

cVIGIL ଆପରେ ଆପଣ ଆଚରଣ ସଂହିତା ଉଲ୍ଲଂଘନର ଅଭିଯୋଗ କରିପାରିବେ: ୧୦୦ ମିନିଟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନିର୍ବାଚନ ଆୟୋଗ

BJD

ନୂଆଦିଲ୍ଲୀ: ଆଜି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ଏପ୍ରିଲ ୧୯ରୁ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଥିବାବେଳେ ସେଥିପାଇଁ ଆଉ ପାଖାପାଖି ମାସେ ସମୟ ରହିଛି । ତେବେ ନିର୍ବାଚନ କିଭଳି ସୁରୁଖୁରୁରେ ଶାନ୍ତି, ଶୃଙ୍ଖଳାର ସହିତ ସମାପନ ହେବ ସେନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି । ତେବେ ନିର୍ବାଚନ ସମୟରେ ଆଚରଣ ସଂହିତା ଉଲ୍ଲଂଘନ ନେଇ ଯଦି ଆପଣଙ୍କ ଆଖାପାଖରେ କୌଣସି ମାମଲା ଦେଖିବାକୁ ମିଳେ ତେବେ ଆପଣମାନେ କିପରି ଅଭିଯୋଗ କରିବେ ତାହା ଜାଣିବା ନିହାତି ଜରୁରୀ ।

‘ସିଭିଜିଲ’ ଆପ ସହାୟତାରେ ନିବାଚନ ଆୟୋଗ ସାରା ଦେଶରେ ଆଚରଣ ସଂହିତା ଉଲ୍ଲଂଘନ ମାମଲା ଉପରେ ନଜର ରଖିବେ ଓ ଏନେଇ କୌଣସି ଅଭିଯୋଗ ଆସିଲେ ସଙ୍ଗେସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଲୋକସଭା ନିର୍ବାଚନରେ ଆଦର୍ଶ ଆଚରଣ ସଂହିତା (ଏମସିସି)କୁ ପାଳନ କରିବା ପାଇଁ ଆୟୋଗ ଏହି ଆପ୍ ଅପଡେଟ୍ କରିଛନ୍ତି । ଏହି ଆପ ଜରିଆରେ ଆପଣମାନେ କିଛି ମିନିଟ୍ ମଧ୍ୟରେ ଅଭିଯୋଗ ଦାଖଲ କରିପାରିବେ ଓ ଅଭିଯୋଗ ପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେନେଇ ୧୦୦ ମିନିଟ୍ ମଧ୍ୟରେ ଆପଣଙ୍କ ନିକଟରେ ସୂଚନା ପହଞ୍ଚି ଯିବ ।

ପ୍ରଥମେ ଆଣ୍ଡ୍ରଏଡ ମୋବାଇଲରେ ଆପଣଙ୍କୁ ଏହି ଆପକୁ ଡାଉନଲୋଡ୍ କରିବାକୁ ପଡ଼ିବ । ତା’ପରେ ଅନଲାଇନରେ ଫଟୋ / ଭିଡିଓ ସହିତ ଆଚରଣ ସଂହିତା ଉଲ୍ଲଂଘନର ଅଭିଯୋଗ କରିପାରିବେ । ଏହି ଆପରେ ଥିବା ସବୁଠାରୁ ସ୍ୱତନ୍ତ୍ରତା ହେଉଛି, ସେଥିରେ ଆପଣଙ୍କ କରୁଥିବା ଅଭିଯୋଗ ଗୁପ୍ତ ରଖାଯିବ ଓ ଉଲ୍ଲଂଘରକାରୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଚରଣ ସଂହିତା ଉଲ୍ଲଂଘନର ଅଭିଯୋଗ ଗ୍ରହଣ କରିବା ପାଇଁ ଏହି ଆପକୁ ପ୍ରସ୍ତୁତ କରଯାଇଛି । ପୂର୍ବରୁ ଏନେଇ କୌଣସି ଅଭିଯୋଗ ଆସିଲେ ପ୍ରମାଣ ଅଭାବରୁ କୌଣସି କାର୍ଯ୍ୟାନୁଷ୍ଠାନ ସମ୍ଭବ ହୋଇ ପାରୁନଥିଲା । ମାତ୍ର ଏବେ ଏହି ଆପରେ ଯେ କୌଣସି ବ୍ୟକ୍ତି ପ୍ରମାଣ ସହ ଅଭିଯୋଗ କରିପାରିବେ ।

ଉପନିର୍ବାଚନ, ବିଧାନସଭା ଓ ଲୋକସଭା ନିର୍ବାଚନ ସମୟରେ ହେଉଥିବା ଆଚରଣ ସଂହିତା ଉଲ୍ଲଂଘନର ଅଭିଯୋଗ କରିବା ପାଇଁ ଏହି ଆପକୁ ଡିଜାଇନ୍ କରାଯାଇଛି । ଆପଣ ଏହି ଆପ୍ ସହାୟତାରେ ଆଚରଣ ସଂହିତା ଉଲ୍ଲଂଘନର ଫଟୋ ବା ୨ ମିନିଟର ଭିଡିଓ ଅଭିଯୋଗ ସମୟରେ ଅପଲୋଡ୍ କରିପାରିବେ । ଉକ୍ତ ଅଭିଯୋଗ ଆଧାରରେ ୧୦୦ ମିନିଟ୍ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି ଆପଣ ଏହି ଆପରେ ଅଭିଯୋଗ ଦାଖଲ କରିବାକୁ ଚାହିଁବେ ତେବେ ଏନେଇ ୨ ମିନିଟର ଏକ ଭିଡିଓ ପ୍ରସ୍ତୁତ କରିବେ ଓ ଏହାର ସଂକ୍ଷିପ୍ତ ବର୍ଣ୍ଣନା କରିବେ । ଏହାପରେ ଭିଡିଓ / ଫଟୋ ସହିତ କ୍ୟାପସନ୍ ଲେଖିବେ । ଏହି ସମୟରେ ଆପରେ ଅଟୋ ମୋଡ଼ରେ ଲୋକେସନ ମ୍ୟାପିଂ ହୋଇଯିବ ଓ ଆପଣ ସବମିଶନ ଟ୍ୟାପକୁ ଟିପି ଅଭିଯୋଗ ପୋଷ୍ଟ କରିପାରିବେ ।

Get real time updates directly on you device, subscribe now.