fbpx

Aadhaar Card ମାଧ୍ୟମରେ ଆପଣ ୫ ବର୍ଷ ପାଇଁ ୨୫ ଲକ୍ଷ ପର୍ଯ୍ୟନ୍ତ ଲୋନ୍ ପାଇପାରିବେ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଆଧାର କାର୍ଡକୁ କେବଳ ଏକ ପରିଚୟ ପତ୍ର ଭାବେ ବ୍ୟବହାର କରିଥାନ୍ତି । କିନ୍ତୁ ଅନେକ ହୁଏତ ଏକଥା ଜାଣିନଥିବେ ଆଧାର କାର୍ଡର ସହାୟତାରେ ଆପଣ ଲକ୍ଷ ଲକ୍ଷ ଟଙ୍କାର ପର୍ସନାଲ ଲୋନ୍ ଉଠାଇ ପାରିବେ । ଏହାର ଫାଇଦା ଉଠାଇବାକୁ ହେଲେ ଆପଣଙ୍କୁ ଏଲିଜିବିଲିଟି କ୍ରାଇଟେରିଆ ପୂରା କରିବା ସହ କିଛି ଜରୁରୀ ଡକୁମେଣ୍ଟ ପ୍ରଦାନ କରିବାକୁ ପଡ଼ିବ । ଯେଉଁମାନଙ୍କର ପର୍ସନାଲ ଲୋନର ଆବଶ୍ୟକତା ଥାଏ, ସେମାନେ ସହଜରେ ଅନଲାଇନରେ ଆପ୍ଲାଏ କରିପାରିବେ ।

ବାଜାଜ୍ ଫିନସର୍ଭ ମାର୍କେଟସ ୱେବସାଇଟକୁ ଯାଇ ଆପଣମାନେ ଲୋନ ବିଷୟରେ ଅଧିକ ବିବରଣୀ ପାଇପାରିବେ । ଏହି ଲୋନର ସୁଧ ହାର ୧୦.୪୯ ପ୍ରତିଶତ ରହିଥିବା ବେଳେ ପ୍ରୋସେସିଂ ଫିସ୍ ମୋଟ ଆମାଉଣ୍ଟର ୦.୫ ପ୍ରତିଶତ ଓ ୨.୫ ପ୍ରତିଶତ ଚାର୍ଜ ଲାଗୁ ହୋଇଥାଏ । ଏଥିରେ ଆପଣଙ୍କୁ ୨୫ ଲକ୍ଷ ପର୍ଯ୍ୟନ୍ତ ଲୋନ୍ ମିଳିବା ସହ ଏହାର ଅବଧି ୧ରୁ ୫ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଆପଣ ୱେବସାଇଟକୁ ଯାଇ ଇଏମଆଇ କାଲକୁଲେଟର, ଏଲିଜିବିଲିଟି କାଲକୁଲେଟର, ସୁଧ ହାର ସହ ଅନ୍ୟ ସୂଚନା ପାଇପାରିବେ । ଲୋନର ଇଏମଆଇ କାଲକୁଲେଟ କରିବାକୁ ହେଲେ ଆପଣଙ୍କୁ ପ୍ରିନ୍ସିପାଲ ଆମାଉଣ୍ଟ ଦେବାକୁ ପଡ଼ିଥାଏ । ଏଥିସହ ଏକ୍ସପେକ୍ଟେଡ ସୁଧ ଓ ଲୋନ ରିପେମେଣ୍ଟ ଅବଧି ପୂରଣ କରିବାକୁ ପଡ଼ିଥାଏ । ଯଦି ଆପଣଙ୍କର କୌଣସି ଜରୁରୀ କାର୍ଯ୍ୟ ଅଛି, ତେବେ ଆପଣ ବାଜାଜ ଫିନସର୍ଭ ୱେବସାଇଟକୁ ଯାଇ ପର୍ସନାଲ ଲୋନର ଇଏମଆଇ କାଲକୁଲେଟ କରି ନିଜର ଭବିଷ୍ୟତର ପ୍ଲାନିଂ କରିପାରିବେ ।

Get real time updates directly on you device, subscribe now.