fbpx

ପ୍ରତିଦିନ ଜମା କରନ୍ତୁ ୭ ଟଙ୍କା; ମାସକୁ ମିଳିବ ୫୦୦୦ ଟଙ୍କା ପେନସନ

ନୂଆଦିଲ୍ଲୀ: ଲୋକମାନେ ଭାବନ୍ତି କି, ସରକାରୀ ଚାକିରି କଲେ ବୃଦ୍ଧାବସ୍ଥାରେ ପେନସନର ଫାଇଦା ମିଳିଥାଏ । କିନ୍ତୁ ଏଣିକି କେନ୍ଦ୍ର ସରକାର ଶ୍ରମିକ, ଘରୋଇ କମ୍ପାନୀର କର୍ମଚାରୀ, ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ପେନସନ୍ ର ସୁବିଧା ଦେଉଛନ୍ତି । ଏଥିପାଇଁ କେନ୍ଦ୍ର ସରକାରଙ୍କ ଅଟଳ ପେନସନ୍ ଯୋଜନାରେ ନିବେଶ କରି ଲୋକମାନେ ୬୦ ବର୍ଷ ପରେ ଆଜୀବନ ପେନସନର ଲାଭ ଉଠାଉଛନ୍ତି । ପେନସନରୁ ଟଙ୍କା ଏତେ ବଡ଼ ହୋଇନଥିବା ବେଳେ ଏହି ଯୋଜନାରେ ନିବେଶ ବି ବଡ଼ ନୁହେଁ । ଯେଉଁମାନେ ଅଳ୍ପ ଅଳ୍ପ ଟଙ୍କା ନିବେଶ କରିପାରୁଛନ୍ତି, ସେମାନଙ୍କ ପାଇଁ ଏହି ଯୋଜନା ବେଶ ଲାଭଦାୟକ ।

ଯଦି ଆପଣଙ୍କ ବୟସ ୧୮ ବର୍ଷ, ତେବେ ପ୍ରତି ମାସରେ ଏହି ଯୋଜନାରେ ୨୧୦ ଟଙ୍କା ବିନିଯୋଗ କରି ଆପଣ ପ୍ରତି ମାସରେ ୫୦୦୦ ଟଙ୍କା ପେନସନ ପାଇପାରିବେ । ଅର୍ଥାତ୍ ଆପଣ ପ୍ରତିଦିନ ୭ ଟଙ୍କା ବିନିଯୋଗ କରି ପ୍ରତିଦିନ ପ୍ରାୟ ୧୬୫ ଟଙ୍କା ପେନ୍ସନ୍ ପାଇପାରିବେ । ଯଦି ଆପଣ ୬୦ ବର୍ଷ ବୟସ ପରେ ମାସକୁ ମାତ୍ର ୧୦୦୦ ଟଙ୍କା ପେନ୍ସନ୍ ଚାହୁଁଛନ୍ତି, ତେବେ ଏଥିପାଇଁ ୧୮ ମାସ ବୟସରୁ ପ୍ରତି ମାସରେ କେବଳ ୪୨ ଟଙ୍କା ଜମା କରିବାକୁ ପଡିବ।

ଏଥିରେ ଯଦି ସ୍ୱାମୀ-ସ୍ତ୍ରୀ ଉଭୟ ନିବେଶ କରିବେ, ତେବେ ୬୦ ବର୍ଷ ପରେ ଉଭୟଙ୍କୁ ପ୍ରତି ମାସରେ ୧୦,୦୦୦ ଟଙ୍କା ମିଳିପାରିବ ।ଏହି ଟଙ୍କାରେ ସେମାନେ ନିଜର ନିତ୍ୟ ବ୍ୟବହାରରେ ଲଗାଇପାରିବେ । ଛୋଟ ଛୋଟ ଆବଶ୍ୟକତା ପାଇଁ ଅନ୍ୟ କାହାକୁ ମାଗିବା ବା କାହା ଉପରେ ନିର୍ଭର କରିବାର ଆବଶ୍ୟକତା ନାହିଁ ।

ଯୋଜନା ସହ ଜଡ଼ିତ ସର୍ତ୍ତ:

ଏହି ଯୋଜନାରେ ଯୋଡି ହେବା ପାଇଁ ସର୍ବନିମ୍ବ ବୟସ ୧୮ ବର୍ଷ ରହିଥିବା ବେଳେ ସର୍ବାଧିକ ୪୦ ବର୍ଷ ରହିଛି । ବୟସ ହିସାବରେ ମାସିକ ପ୍ରିମିୟମ ସ୍ଥିର କରାଯିବ । ସବୁଠାରୁ କମ ପ୍ରିମିୟମ ୧୮ ବର୍ଷ ବୟସରୁ ଏହି ଯୋଜନାର ଲାଭ ଉଠାଇବା ଦ୍ୱାରା ମିଳିଥାଏ । ସବୁଠାରୁ ଅଧିକ ପ୍ରିମିୟମ ୩୦ ବର୍ଷ ବୟସ ଅତିକ୍ରମ କରିଥିବା ଲୋକଙ୍କୁ ଦେବାକୁ ପଡିଥାଏ । କାହିଁକି ନା, ପେନସନର ସର୍ବନିମ୍ବ ରାଶି ମାସକୁ ୧୦୦୦ ଓ ସର୍ବାଧିକ ୫୦୦୦ ସ୍ଥିର କରାଯାଇଛି । ପ୍ରିମିୟମ ଦେଉଥିବା ବେଳେ ପେନସନର ରାଶିକୁ ଆଧାର ଭାବେ ଗ୍ରହଣ କରାଯାଏ ।

ଏହି ଯୋଜନା ଅନୁସାରେ, ପେନସନ ନେଉଥିବା ବ୍ୟକ୍ତିର ମୃତ୍ୟୁ ହୋଇଗଲେ ନୋମିନଙ୍କୁ ଆଜୀବନ ପେନସନ୍ ମିଳିବ । ଅର୍ଥାତ୍ ଘରର କେଉଁ ସଦସ୍ୟ ଏହି ଯୋଜନାର ଲାଭ ଉଠାଇପାରିବେ । ଯଦି ପେନସନର ଲାଭ ନେବାକୁ ଥିବା ବ୍ୟକ୍ତିର ୬୦ ବର୍ଷ ପୂର୍ବରୁ ମୃତ୍ୟୁ ହୁଏ, ତେବେ ଏପରି ଅବସ୍ଥାରେ ମଧ୍ୟ ନୋମିନଙ୍କୁ ପେନସନ୍ ମିଳିବ । କୌଣସି ବି ବ୍ୟାଙ୍କ ବା ପୋଷ୍ଟ ଅଫିସରେ ଆକାଉଣ୍ଟ ଖୋଲି ଏହାର ଲାଭ ଉଠାଯାଇପାରିବ

 

Get real time updates directly on you device, subscribe now.