fbpx

ଜିରୋ ବାଲାନ୍ସ ଥିଲେ ମଧ୍ୟ ବ୍ୟାଙ୍କରୁ ଉଠାଇପାରିବେ ଟଙ୍କା, ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ଆକାଉଣ୍ଟରେ ଟଙ୍କା ନଥିଲେ ମଧ୍ୟ ଆବଶ୍ୟକ ମୁତାବକ ଟଙ୍କା ବାହାର କରିବାର ସୁବିଧା ଦେଉଛି ବ୍ୟାଙ୍କ। ଏହାକୁ ଓଭରଡ୍ରାଫ୍ଟ କୁହାଯାଇଥାଏ। ଅର୍ଥାତ ବ୍ୟାଙ୍କ ଆମ ଉପରେ ଭରଷା କରି ପ୍ରଥମେ ଆମକୁ ଟଙ୍କା ଦେଇଥାଏ। ଏହା ଟଙ୍କାକୁ ପରେ ସୁଧରେ ଦେବାକୁ ପଡିଥାଏ।

ଓଭରଡ୍ରାଫ୍ଟ ଏକ ସର୍ଟ ଟର୍ମ ଋଣ ଅଟେ। ଅର୍ଥାତ ଅଚାନକ ଆର୍ଥିକ ସମସ୍ୟା ଆସିଲେ ଏଥିରୁ ଟଙ୍କା ଉଠାଇପାରିବେ। ଭାରତୀୟ ଷ୍ଟେଟ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ, ଏବଂ ଅନ୍ୟାନ୍ୟ ସରକାରୀ ବ୍ୟାଙ୍କ ସହ ଆଇସିଆଇସିଆଇ, ଏଚଡିଏଫସି ଭଳି ଘରୋଇ ବ୍ୟାଙ୍କ ମଧ୍ୟ ନିଜ ଗ୍ରାହକମାନଙ୍କୁ ଓଭରଡ୍ରାଫ୍ଟର ସୁବିଧା ପ୍ରଦାନ କରିତାଏ। ଓଭରଡ୍ରାଫ୍ଟ ପରିଶୋଧ କରିବା ପାଇଁ ଇଏମଆଇର ପେମେଣ୍ଟ କରିବାର ଆବଶ୍ୟକତା ନଥାଏ। ଆପଣଙ୍କ ପାଖେ ଟଙ୍କା ଆସିବା ପରେ ଆପଣ ଟଙ୍କା ଫେରସ୍ତ କରିପାରିବେ।

କେବଳ ବେତନ ପ୍ରାପ୍ତ ବ୍ୟାଙ୍କ ଆକାଉଣ୍ଟଦାରୀ କର୍ମଚାରୀମାନେ ହିଁ ଓଭରଡ୍ରାଫ୍ଟର ସୁବିଧା ପାଇବାକୁ ଯୋଗ୍ୟ ଅଟନ୍ତି। ବ୍ୟାଙ୍କ ଆଡଭାନ୍ସ ଜାରି କରିବା ପୂର୍ବରୁ ଗ୍ରାହକଙ୍କ କ୍ରେଡିଟ ସ୍କୋରକୁ ମଧ୍ୟ ଯାଞ୍ଚ କରନ୍ତି। ମାସିକ ଦରମା ପାଉଥିବା ସମସ୍ତ ଲୋକେ ଓଭରଡ୍ରାଫ୍ଟର ସୁବିଧା ପାଇବା ପାଇଁ ଯୋଗ୍ୟ ନୁହନ୍ତି। ଓଭରଡ୍ରାଫ୍ଟ ସୁବିଧା ପ୍ରାପ୍ତ କରିବାକୁ ଇଚ୍ଛୁକ ଲୋକଙ୍କୁ ବ୍ୟାଙ୍କର ନିୟମମାନ ପାଳନ କରିବା ଆବଶ୍ୟକ।

Get real time updates directly on you device, subscribe now.