ନିଜ ପାର୍ଟନରଙ୍କୁ ଭୁଲରେ ବି କୁହନ୍ତୁନି ଏହିସବୁ କଥା, ନଚେତ ଭଲ ସମ୍ପର୍କ ବି ଭାଙ୍ଗିଯିବ

ଆପଣଙ୍କ ପାର୍ଟନରଙ୍କୁ ଏହି 5 ଟି କଥା କେବେବି କହିବା ଉଚିତ୍ ନୁହେଁ

ଓଡିଶା ଭାସ୍କର: ଭଲ ସମ୍ପର୍କ ତିଆରି କରିବା ପାଇଁ ପ୍ରେମ ସହ ବିଶ୍ୱାସ ଏବଂ ବୁଝାମଣା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। କିନ୍ତୁ ଅଧିକାଂଶ ସମୟରେ ଦେଖାଯାଏ, ବହୁତ ଶୀଘ୍ର ଆମେ ପ୍ରେମରେ ପଡ଼ିଯାଉ ଏବଂ ଏମିତି କିଛି କଥା ସେୟାର କରିଦେଉ, ଯାହା ସମ୍ପର୍କକୁ ମଜବୁତ କରିବା ପରିବର୍ତ୍ତେ ଦୁର୍ବଳ କରିଦିଏ।

ସେଥିପାଇଁ ପ୍ରସିଦ୍ଧ ମନସ୍ତତ୍ତ୍ୱବିତ୍ ଅକ୍ଷିତ ଶର୍ମା ତାଙ୍କ ଇନଷ୍ଟାଗ୍ରାମ୍ ଏକ ଭିଡିଓ ସେୟାର କରି ଏପରି 5 ଟି କଥା କହିଛନ୍ତି, ଯାହା ଜୀବନ ସାଥୀଙ୍କ ସହିତ ସେୟାର କରିବା ଆଦୌ ଉଚିତ୍ ନୁହେଁ। ତେବେ ଆସନ୍ତୁ ଜାଣିବା ସେଗୁଡ଼ିକ ବିଷୟରେ-

ଦୁର୍ବଳତାକୁ ପ୍ରକାଶ ନକରିବା: ମନୋବିଜ୍ଞାନୀମାନେ କୁହନ୍ତି ଯେ ସମ୍ପର୍କରେ ଖୋଲାଖୋଲି କଥା ହେବା ଭଲ, କିନ୍ତୁ ନିଜର ଦୁର୍ବଳତାକୁ ଶୀଘ୍ର ସେୟାର କରିବା ଠିକ୍ ନୁହେଁ। ଆପଣ ଦୁଇଜଣଙ୍କ ସମ୍ପର୍କ ସେତିକି ଦୃଢ ନହେବା ପର୍ଯ୍ୟନ୍ତ ଏହି ସବୁ କଥାଗୁଡ଼ିକୁ ନିଜ ଭିତରେ ଅଟକାଇ ରଖିବା ଭଲ।

ପୂର୍ବ ସମ୍ପର୍କ ବିଷୟରେ ଜଣାଇବା ଉଚିତ ନୁହେଁ: ଆପଣ ପୂର୍ବ ପ୍ରେମିକ କିମ୍ବା ପ୍ରେମିକାଙ୍କ ସମ୍ପର୍କରେ କହିବା ଦ୍ୱାରା ସମ୍ପର୍କ ଖରାପ ହେବାର ବହୁତ ସମ୍ଭାବନା ଥାଏ। ତେଣୁ ଏସବୁ କହିବା ଠିକ ନୁହେଁ।

ଯୁକ୍ତି ନକରିବା: ଯଦି ଆପଣଙ୍କୁ ଆପଣଙ୍କ ସାଥୀଙ୍କର କୌଣସି ଅଭ୍ୟାସ ପସନ୍ଦ ଆସୁନି ତେବେ, ତେବେ ଯୁକ୍ତି ନକରି ସଠିକ୍ ଉପାୟରେ କଥା ହେବ ଜରୁରୀ। ନଚେତ ଏହା ସେମାନଙ୍କ ଆତ୍ମସମ୍ମାନକୁ କ୍ଷତି ପହଞ୍ଚାଇଥାଏ ଏବଂ ସମ୍ପର୍କ ଖରାପ ହୋଇଥାଏ।

ବ୍ୟକ୍ତିଗତ ପାରିବାରିକ ସମସ୍ୟା: ଆପଣଙ୍କ ପରିବାର କୌଣସି ସମସ୍ୟାକୁ ସମ୍ପର୍କ ଆରମ୍ଭରୁ ସେୟାର କରିବା ଆବଶ୍ୟକ ନୁହେଁ।

ସମ୍ପର୍କକୁ ନେଇ ସନ୍ଦେହ କିମ୍ବା ଭୟ: ସମ୍ପର୍କକୁ ନେଇ ଭୟ କିମ୍ବା ସନ୍ଦେହ ଅନାବଶ୍ୟକ ଉତ୍ତେଜନା ସୃଷ୍ଟି କରିପାରେ। ତେଣୁ ପ୍ରଥମେ ନିଜେ ସବୁକିଛି ବିଷୟରେ ଜାଣନ୍ତୁ ଓ ବୁଝାନ୍ତୁ ଏବଂ ତାପରେ ସମାଧାନର ରାସ୍ତା ବାହାର କରନ୍ତୁ।

ଅକ୍ଷିତ ଶର୍ମା କୁହନ୍ତି, ପ୍ରେମରେ ସଚ୍ଚୋଟତା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ବୁଝାମଣା ତାଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ଠିକ୍ ସମୟରେ ଏବଂ ସଠିକ୍ ଉପାୟରେ କିଛି କଥା କହିବା ସମ୍ପର୍କକୁ ମଜବୁତ କରିଥାଏ, ଯାହା ଠିକ ସମୟ ପୂର୍ବରୁ କହିବା ଦ୍ୱାରା ସମ୍ପର୍କକୁ ଦୁର୍ବଳ କରିଥଏ।