fbpx

ଅମିତାଭ୍ ବଚ୍ଚନଙ୍କ ଫିସ୍ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ: ଗୋଟିଏ ଏପିସୋଡ୍ ପାଇଁ ବିଗ୍ ବି କରନ୍ତି ଏତିକି କୋଟି ଚାର୍ଜ

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ଲୋକ ପ୍ରିୟ ରିଆଲିଟି ଶୋ ‘କୌନ ବନେଗା କରୋଡ ପତି’ ଦର୍ଶକଙ୍କ ମନ ଜିତିଛି । ଏହି କୁଇଜ୍ ଶୋ ୨୦୦୦ ମସିହାରୁ ସୋନି ଟିଭିରେ ପ୍ରସାରିତ ହୋଇଆସୁଛି । ଯେଉଁଥିରେ ମନୋରଞ୍ଜନ ସହିତ ଧନ ଓ ଜ୍ଞାନର ବୃଦ୍ଧି ମଧ୍ୟ ହୋଇଥାଏ । ତେବେ ଏହି ଶୋ ରେ ଉପସ୍ଥାପକ ଥିବା ଅମିତାଭ ବଚ୍ଚନ ନିଆରା ଶୈଳୀରେ  ପ୍ରତିଯୋଗୀମାନଙ୍କୁ ପରିଚିତ କରାଇଥାନ୍ତି । ଏହି ଶୋ ର ଲୋକ ପ୍ରିୟତା ପାଇଁ ଅମିତାଭଙ୍କର ବିଶେଷ ଯୋଗ ଦାନ ରହିଛି । ତାଙ୍କ ଉପସ୍ଥାପନାର ଶୈଳୀ ଏବଂ ଦର୍ଶକ ଓ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବାର ଉପାୟ ଅନେକ ଲୋକଙ୍କ ମନ ଜିତିଥାଏ । ତେଣୁ ଏହି ଶୋ ପାଇଁ ସେ ଅନେକ ଟଙ୍କା ନେଇଥାନ୍ତି ।

‘କୌନ ବନେଗା କରୋଡ ପତି’ ସିଜନ ୧୪ ର ଆରମ୍ଭ ପୂର୍ବରୁ ଏହାର ପ୍ରୋମୋ ଏକ ଭିନ୍ନ ଓ ନିଆରା ଉପୟରେ ସେୟାର କରାଯାଇଛି । ଯାହା ଦ୍ୱାରା ଦର୍ଶକଙ୍କର ଖୁବ ମନୋରଞ୍ଜନ ହେବ । ପ୍ରତିଥର ପରି ଏଥର ମଧ୍ୟ ବିଗ୍ ବି ଏକ ନୂଆ ରୂପରେ ଏହି ସିଜନକୁ ହୋଷ୍ଟ କରିବାକୁ ଯାଉଛନ୍ତି । ତେବେ ଅମିତାଭ ପ୍ରତି ସିଜନରେ ତାଙ୍କ ଫିସ୍ ବଢାଇଥାନ୍ତି । ସେହିଭଳି ଏହି ସିଜନ ପାଇଁ ମଧ୍ୟ ଅମିତାଭ ତାଙ୍କ ଚାର୍ଜ ବଢାଇଛନ୍ତି । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମିଡିଆ ରିପୋର୍ଟ ଅନୁଯାୟୀ ବିଗ୍ ବି ଅମିତାଭ ବଚ୍ଚନ ‘କୌନ ବନେଗା କରୋଡ ପତି’ ସିଜନ ୧୪ର ପ୍ରତି ଏପିସୋଡ ପାଇଁ ୪ ରୁ ୫ କୋଟି ଟଙ୍କା ଚାର୍ଜ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ୨୦୦୦ ମସିହାରେ ଯେତେବେଳେ ଏହି ଶୋ ପ୍ରଥମ କରି ଆରମ୍ଭ ହୋଇଥିଲା ସେହି ସମୟରେ ଅମିତାଭ ବଚ୍ଚନ ୨୫ ଲକ୍ଷ ଟଙ୍କା ନେଇଥିଲେ । କିନ୍ତୁ ଏହାର ପ୍ରଥମ ସିଜନ ହିଟ୍ ହେବା ପରେ ବିଗ୍ ବି ଙ୍କ ଫିସ୍ ୧ କୋଟି କରିଦିଆଯାଇଥିଲା । ଏହା ପରେ ତାଙ୍କ ପିସ୍ କୁ ବୃଦ୍ଧି କରି ୩.୫ କୋଟି କରାଯାଇଥିବା ବେଳେ ଏଥର ସିଜନ ପାଇଁ ସେ ୪ ରୁ ୫ କୋଟି ଟଙ୍କା ଚାର୍ଜ କରିଛନ୍ତି ।

Get real time updates directly on you device, subscribe now.