ଓଡ଼ିଶା ଭାସ୍କର: ଜ୍ୟୋତିଷ ଅନୁଯାୟୀ ବାସ୍ତୁଶାସ୍ତ୍ର ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ପ୍ରତ୍ୟେକ ଜିନିଷ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ରହିଛିା ଏଥିରେ ବ୍ୟତିକ୍ରମ ହେଲେ ବାସ୍ତୁ ଦୋଷ ଦେଖାଦେଇଥାଏା
ବାସ୍ତୁ ନିୟମ ମାନିଲେ ଜୀବନରେ ସୁଖ, ସମୃଦ୍ଧି ଓ ଶାନ୍ତି ଦେଖାଦିଏ । ସେହିପରି ଏଥିରେ ବ୍ୟତିକ୍ରମ ହେଲେ ଜୀବନରେ ଅନେକ ସମସ୍ୟା ଲାଗିରୁହେ ।
ଶୁଭ- ଅଶୁଭ ପ୍ରଭାବ: ବାସ୍ତୁଶାସ୍ତ୍ରରେ ପ୍ରତ୍ୟେକ ଜିନିଷର ନିଜସ୍ୱ ଉର୍ଜ୍ଜା ରହିଛି । ଘର କିମ୍ବା ଅଫିସରେ କୌଣସି ବସ୍ତୁର ଦିଗ ସକାରାତ୍ମକ କିମ୍ବା ନକାରାତ୍ମକ ଉର୍ଜ୍ଜା ଉତ୍ପନ୍ନ କରିଥାଏା
ଏହା ଜୀବନ ଉପରେ ଶୁଭ କିମ୍ବା ଅଶୁଭ ପ୍ରଭାବ ପକାଇଥାଏ । କ୍ୟାରିୟରରେ ସଫଳତା ମଧ୍ୟ ମିଳିବାର ସମ୍ଭାବନା ବୃଦ୍ଧି ପାଇଥାଏା
ବେଡରୁମ, ବାଥରୁମ, ରୋଷେଇଘର, ପୂଜାଘର, ସିଡ଼ି ଘର ଇତ୍ୟାଦିକୁ ନେଇ ବିଭିନ୍ନ ବାସ୍ତୁ ନିୟମ ରହିଛି ।
ସେହିଭଳି କିଛି ଇଲେକ୍ଟ୍ରୋନିକ୍ସ ଜିନିଷ ପାଇଁ ମଧ୍ୟ ବାସ୍ତୁ ନିୟମ ରହିଛି ।
ଇଲେକ୍ଟ୍ରୋନିକ୍ ଉପକରଣ ଦିଗ: ବାସ୍ତୁ ଆନୁଯାୟୀ ଲାପଟପ୍, କମ୍ପ୍ୟୁଟର, ଟିଭି ଭଳି ଇଲେକ୍ଟ୍ରୋନିକ୍ ଉପକରଣ ପାଇଁ ଦକ୍ଷିଣ ଏବଂ ପଶ୍ଚିମ ଦିଗ ଶୁଭ ଅଟେ । କିନ୍ତୁ ପୂର୍ବ ପଶ୍ଚିମ ଦିଗରେ ଇଲେକ୍ଟ୍ରୋନିକ୍ ଉପକରଣ ରଖିବାକୁ ବାରଣ କରାଯାଇଛି ।
କମ୍ପ୍ୟୁଟର କିମ୍ବା ଲାପଟପ୍ ବ୍ୟବହାର କରିବା ସମୟରେ ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ କଥା ମନେ ରଖନ୍ତୁ
– କ୍ୟରିୟରରେ ସଫଳତା ପାଇଁ ଉତ୍ତର ଦିଗରେ କମ୍ପ୍ୟୁଟର ରଖିବା ଶୁଭ ଫଳ ଦେଇଥାଏା କାର୍ଯ୍ୟ ପ୍ରତି ଏକାଗ୍ରତା ବଢ଼ିଥାଏ । ବ୍ୟକ୍ତିକୁ ଦୃଢ଼ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ ।
– ଦକ୍ଷିଣ ଏବଂ ପଶ୍ଚିମ ଦିଗରେ କମ୍ପ୍ୟୁଟର ରହିଲେ ବିଶେଷ କରି ଛାତ୍ରଛାତ୍ରୀଙ୍କ ଏକାଗ୍ରତା ବୃଦ୍ଧି ହୋଇଥାଏ ।
– ବିଶେଷ କରି ଅଫିସ କାର୍ଯ୍ୟ ପାଇଁ ଦକ୍ଷିଣ- ପୂର୍ବ ଦିଗରେ କମ୍ପ୍ୟୁଟର ଟେବୁଲ ରଖି କାର୍ଯ୍ୟ କରିପାରିବା ।
– କମ୍ପ୍ୟୁଟରରେ ଧର୍ମ ସମ୍ବନ୍ଧୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦକ୍ଷିଣ ଦିଗ ଉତ୍ତମ ଅଟେ ।