fbpx

ଚେୟାର ଉଡାଇନେଲା ‘ଖଣ୍ଡିଆ ଭୂତ’: ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଳୀ: ଗରମ ଦିନ ଆରମ୍ଭ ହେଉଚି । ଏହି ସମୟରେ ଧୂଳିଝଡ ହୋଇଥାଏ । ଆପଣ ବି ଏଭଳି ଦୃଶ୍ୟ ଦେଖିଥିବେ । ଧୂଳିଝଡ ହେଉଛି ଏକ ବାୟୁମଣ୍ଡଳୀୟ ଘଟଣା । ଆଉ ଏଥିରେ ଅଧିକ ଶକ୍ତି ରହିଥାଏ । ଅନେକ ଥର ଏହି ଧୂଳିଝଡ ପାଇଁ ବହୁତ ଭାରି ଭାରି ଜିନିଷ ଉଡିଯାଏ । କେବେ କେବେ ଏହି ଧୂଳି ଝଡ ଏତେ ବଡ ହୋଇଥାଏ ଯେ, ପରିସ୍ଥିତି ପୁରା ଭୟଙ୍କର ହୋଇପଡେ । ଗୋଲ ଗୋଲ ହୋଇ ବୁଲୁଥିବା ଏହି ଝଡ ଗରମ ଦିନେ ସୃଷ୍ଟି ହୋଇଥାଏ । ବର୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଧୂଳି ଝଡର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଭିଡିଓ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ପୂର୍ବରୁ କେବେ ବି ଆପଣ ଏଭଳି ବିପଦଜନକ ଭିଡିଓ ଦେଖିନଥିବେ । ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଭିଡିଓ ଦେଖି ଭୟଭୀତ ହୋଇପଡିଛନ୍ତି । ଧୂଳିଝଡ ଏତେ ପ୍ରଭାବଶାଳୀ ଥିଲା ଯେ, ସେଠାରେ ଥିବା ଚେୟାରଗୁଡିକୁ ମଧ୍ୟ ଉଡାଇନେଲା । ଭିଡିଓରେ ଆପଣ ଦେଖିପାରୁଥିବେ ବାଲି ସ୍ଥାନରେ କିଛି ଚେୟାରଗୁଡିକ ରହିଛି । ଏହା ମଧ୍ୟରେ ଏକ ଛୋଟ ଧୂଳିଝଡ ସୃଷ୍ଟି ହେଉଛି । ପାଖରେ ଲୋକ ବି ଅଛନ୍ତି । ହେଲେ ତାର ସ୍ପିଡ ଏତେ ଅଧିକ ରହିଛି ଯେ ଗୋଲ ଗୋଲ ହୋଇ ପାଖରେ ଥିବା ଚେୟାରଗୁଡିକୁ ନିଜ ସହ ଉଡାଇନେଉଛି । ଏହି ଭିଡିଓଟିକୁ ବର୍ତମାନ ଯାଏଁ ୧ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।

Get real time updates directly on you device, subscribe now.