fbpx

ଶରାବ ପାର୍ଟିରୁ ଫେରୁଥିଲା ଯୁବକ: ଏହି ସମୟରେ ହାବୁଡ଼ରେ ପଡ଼ିଲା ଏକ ସାପ, ଏହାପରେ ସାପର ଅବସ୍ଥା ହେଲା ସାଙ୍ଘାତିକ

ନୂଆଦିଲ୍ଲୀ: ରାଜସ୍ଥାନର ଧୋଲପୁର ଜିଲ୍ଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । କିଛି ଯୁବକ ମଦନିଶାରେ ଚୁର ହୋଇ ଏକ ଜୀଅନ୍ତା ସାପକୁ ଖାଇ ଦେଇଛନ୍ତି । ଏହି ଘଟଣାଟି ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ପାଲଟିଥିବା ବେଳେ ସର୍ପଭକ୍ଷୀ ଯୁବକମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାଟି କୌଲାରୀ ଥାନାର ପୀପରୀ ପୁରା ଗ୍ରାମରେ ଘଟିଥିବା ଜଣାପଡ଼ିଛି ।

ଘଟଣାରୁ ପ୍ରକାଶ ଯେ, ପୀପରୀ ପୁରା ଗ୍ରାମରେ ରହୁଥିବା ଅତର ସିଂହ, ଯୋଗୀନ୍ଦର ଓ ଶିବରାମ ଏକ ଶରାବ ପାର୍ଟିରୁ ଫେରୁଥିଲେ । ଏହି ସମୟରେ ଏକ ସାପ ସେମାନଙ୍କ ହାବୁଡ଼ରେ ପଡ଼ିଥିଲା । ନିଶାରେ ଚୁର ହୋଇଯାଇଥିବା ଯୁବକ ତିନିଜଣ ସାପଟିକୁ ଧରି ଆଗ, ପଛ ଭାଗ କାଟିଦେଇଥିଲେ । ଏହାପରେ ସାପକୁ ଗରମ କରି ଅତର ସିଂହ ଖାଇଦେଇଥିଲା । ସଙ୍ଗେସଙ୍ଗେ ଅତରର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହୋସ୍ ଫେରିବା ପରେ ଅତର ହସ୍ପିଟାଲର କର୍ମଚାରୀଙ୍କୁ ସବୁକଥା କହିବା ପରେ ସେମାନଙ୍କର ହୋସ୍ ଉଡ଼ିଯାଇଥିଲା । ତେବେ ସାପକୁ ଗରମ କରି ଖାଇବା ପରେ ଜଣେ ରୋଗୀ ଚିକିତ୍ସିତ ହେଉଥିବା ନେଇ ସୂଚନା ଦେଇଛନ୍ତି ହସ୍ପିଟାଲର ଡାକ୍ତର ।

Get real time updates directly on you device, subscribe now.