ହେ ଭଗବାନ୍ ଏମିତି ମରଣ କାହାକୁ ନ ମିଳୁ! (Video) ବ୍ୟାଡମିଣ୍ଟନ ଖେଳିଲାବେଳେ ଯୁବକଙ୍କୁ ଆସିଲା ହାର୍ଟ ଆଟାକ୍, ଆଉ ତା’ ପରେ…
ଖେଳିଲାବେଳେ ଉଡ଼ିଗଲା ପ୍ରାଣବାୟୁ । ପୁଣିଥରେ ଚର୍ଚ୍ଚା ପାଲଟିଲା କମ୍ ବୟସରେ ହାର୍ଟ ଆଟାକ୍ ।
ହାଇଦ୍ରାବାଦ୍: ହରଇଦ୍ରାବାଦର ନାଗୋଲେ ଷ୍ଟାଡିୟମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ଯୁବକଙ୍କର ହଠାତ୍ ମୃତ୍ୟୁ ଘଟିଛି ।
ଖବର ପଢ଼଼ିଲାବେଳକୁ ଅଜବ ଲାଗିଲେ ମଧ୍ୟ ଏହା ସତ । ୨୫ ବର୍ଷୀୟ ଗୁନ୍ଦଲା ରାକେଶ ବ୍ୟାଡମିଣ୍ଟର ଖେଳୁଥିବାବେଳେ ହୃଦଘାତ କାରଣରୁ ତାଙ୍କ ମୃତ୍ୟୁ ହୋଇଯାଇଛି ।
ହଇଦ୍ରାବାଦର ଏକ ଘରୋଇ କମ୍ପାନୀରେ ରାକେଶ କାମ କରୁଥିବାବେଳେ ରବିବାର ଦିନ ରାତି ୮ଟାରେ ଷ୍ଟାଡିୟମରେ ସାଙ୍ଗମାନଙ୍କ ସହ ସେ ବ୍ୟାଡମିଣ୍ଟନ ଖେଳୁଥିଲେ ।
ଖେଳିଲାବେଳେ ସଟଲ୍ କକଟି ପଡ଼ିଯାଇଥିଲା । ଯାହାକୁ ଗୋଟାଇ ଆଣିବା ବେଳେ ହିଁ ରାକେଶଙ୍କୁ ହାର୍ଟ ଆଟାକ୍ ଆସିଥିଲା ଆଉ ସେ ତଳେ ପଡ଼ିଯାଇଥିଲେ । ଏତିକିବେଳେ ସେଠାରେ ଉପସ୍ଥିତ ଲୋକ ରାକେଶଙ୍କ ଚେତା ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ ।
ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନା ନେଇଯିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିିଥିଲେ । ରାକେଶ ସ୍ୱାସ୍ଥ୍ୟଗତ ଭାବେ ଏକଦମ୍ ଫିଟ୍ ଥିଲେ ।
ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ଅନେକଙ୍କ ଚିନ୍ତା ପଢ଼ିଯାଇଛି । ସମ୍ପୂର୍ଣ୍ଣ ଘଟଣାର ସିସିଟିଭି ଫୁଟେଜ୍ ସୋସିଆଲ ମିହିଆରେ ଭାଇରାଲ ହେବାରେ ଲାଗିଛି ।
ଯେଉଁଥିରେ ଲୋକମାନେ ନିଜର ମତ ପ୍ରକାଶ କରିଛନ୍ତି ।
एक और हंसते खेलते मौत LIVE
हैदराबाद में 25 साल के राकेश की मौत हार्ट अटैक से बैडमिंटन खेलते हुए।
कितनी ऐसी मौत के बाद हम इस मेडिकल इमरजेंसी को स्वीकार करेंगे। युवाओं के बीच महामारी की तरह पसर रहा है pic.twitter.com/WsI60feZYh
— Narendra Nath Mishra (@iamnarendranath) July 28, 2025