ରାଜଧାନୀରେ ଜଘନ୍ୟ ହତ୍ୟା! ଯୁବକଙ୍କୁ ମାରି ଗଛରେ ଟାଙ୍ଗିଦେଲେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଜବତ କରିଛି ଭରତପୁର ପୋଲିସ ।

ଏଫଆଇଆର୍ ବଦଳାଇବାକୁ ଭରତପୁର ପୋଲିସ ମୃତ ଯୁବକଙ୍କ ସ୍ତ୍ରୀ ଉପରେ ଚାପ ପକାଉଥିବା ଅଭିଯୋଗ ପୁଣି ସାମ୍ନାକୁ ଆସିଛି ।

ପଣ୍ଡାକୁଦିଆ ଅଞ୍ଚଳରୁ ଯୁବକଙ୍କ ଝୁଲନ୍ତା ମୃତଦେହ ନେଇ ସନ୍ଦେହ ବଢ଼ିଛି । ମୃତକଙ୍କ ସ୍ତ୍ରୀ’ କହିଛନ୍ତି, ସେମାନେ ରହୁଥିବା ବସ୍ତି ଲୋକ ସ୍ୱାମୀଙ୍କୁ ମାରି ଟାଙ୍ଗି ଦେଇଛନ୍ତି ।

ଗତକାଲି ଯୁବକଜଣକ ମିଶୁଥିବା ବସ୍ତି ଲୋକଙ୍କ ସହ ତାଙ୍କ ଝଗଡ଼ା ହୋଇଥିବା ସ୍ତ୍ରୀ କହିଛନ୍ତି । ଯୁବକ ଆତ୍ମହତ୍ୟା କରିଥିବା ପୋଲିସ କହୁଥିବାବେଳେ ପରିବାର ଲୋକେ ଯୋଜନାବଦ୍ଧ ହତ୍ୟାକାଣ୍ଡ ଅଭିଯୋଗ ଆଣିଛନ୍ତି ।