ଢ଼େଙ୍କାନାଳରେ ଚାଞ୍ଚଲ୍ୟ, ଯୁବକଙ୍କୁ ଗୁଳି କଲେ, ସ୍ତ୍ରୀ ଆଗରେ ପଥରରେ ଛେଚି ଛେଚି ମାରିଦେଲେ
ସ୍ତ୍ରୀ ଆଗରେ ସ୍ୱାମୀକୁ ପଥରରେ ଛେଚି ଛେଚି ମାରିଦେଲେ ଦୁର୍ବୃତ୍ତ।
ଢ଼େଙ୍କାନାଳ: ଢେଙ୍କାନାଳ ଟାଉନ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ପ୍ରଥମେ ଯୁବକଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇବା ଫଳରେ ଯୁବକଙ୍କ ଗୋଡ଼ରେ ଗୁଳି ବାଜିଥିଲା। ଫଳରେ ଯୁବକ ତଳେ ପଡିଯାଇଥିଲେ।
ଆଉ ସେହି ସମୟରେ ଘରୁ ଯୁବକଙ୍କ ସ୍ତ୍ରୀ ଘରୁ ବାହାରି ଆସିଥିଲେ। ଆଉ ସେହି ସମୟରେ ସ୍ତ୍ରୀ ଆଖି ଆଗରେ ଦୁର୍ବୃତ୍ତମାନେ ଆଉ ଏକ ସ୍ଥାନକୁ ଯୁବକକୁ ଟାଣିନେଇ ପଥରରେ ଛେଚି ଛେଚି ମାରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।
ଏପରି ଏକ ହୃଦୟ ବିଦାରକ ହତ୍ୟାକାଣ୍ଡ ଘଟିଛି ଢ଼େଙ୍କାନାଳ ଟାଉନଥାନା କାରିଗର ସାହିରେ । ସ୍ଥାନୀୟ ଯୁବକ ମହେଶ୍ୱର ବେହେରା ଓରଫ ଟିଟନ ନାମକ ଯୁବକଙ୍କୁ ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ଘଟଣା ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି।
କାରିଗର ସାହିର ବାସିନ୍ଦା ଟିଟନ ପ୍ରାୟ ରାତି ୧୧ଟା ସମୟରେ ଘରକୁ ଫେରୁଥିବା ସମୟରେ କିଛି ଯୁବକ ତାଙ୍କ ଉପରକୁ ହଠାତ୍ ଗୁଳି କରିଥିଲେ। ଟିଟନଙ୍କ ଗୋଡ଼ରେ ୨ ରାଉଣ୍ଡ ଗୁଳି ବାଜିବାରୁ ସେ ଘଟଣାସ୍ଥଳରେ ତଳେ ପଡ଼ିଯାଇଥିଲେ।
ଯେହେତୁ ଏହି କାଣ୍ଡଟି ତାଙ୍କ ଘର ପାଖରୁ ଅଳ୍ପ ଦୂରରେ ଥିଲା, ତେଣୁ ଗୁଳି ଶବ୍ଦ ଶୁଣି ଟିଟନଙ୍କ ସ୍ତ୍ରୀ ଘର ବାହାରକୁ ଆସିଥିଲେ। ଆଉ ଘର ବାହାରକୁ ଆସି ସ୍ୱାମୀକୁ ଏପରି ଅବସ୍ଥାରେ ଦେଖି ତାଙ୍କ ପାଦ ତଳୁ ମାଟି ଖସିଗଲା।
ଟିଟନ ଜୀବନ ବିକଳରେ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ, ଦୁର୍ବୃତ୍ତମାନେ ଟିଟନଙ୍କୁ ସେଠାରୁ ଘୋଷାଡ଼ି ନେଇ ଅନ୍ୟ ଏକ ସ୍ଥାନରେ ପଥରରେ ଛେଚି ହତ୍ୟା କରିଥିଲେ।
ପରେ ତାଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡକ୍ଟର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଟାଉନ ଥାନା ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ, ପୂର୍ବ ଶତ୍ରୁତାରୁ ଏହି ଘଠଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି।