fbpx

ମୋବାଇଲ ଚୋରି କରିଥିବା ଅଭିଯୋଗରେ ଯୁବକଙ୍କୁ ମାରିଲେ ମାଡ଼, ହାତଗୋଡ଼ ବାନ୍ଧି ଟ୍ରକରେ କରୁଥିଲେ ଅପହରଣ

ମୋବାଇଲ ଚୋର ସନ୍ଦେହରେ ଯୁବକକୁ ମାଡ ମାରିଲେ । ଖାଲି ମାଡ଼ ମାରିଲେନି ତ’ ହାତଗୋଡ଼ ବାନ୍ଧି ଟ୍ରକ୍ ଡାଲାରେ ପକାଇ ନେଇ ପଳାଇଯାଉଥିଲେ । ହେଲେ ଘଟଣା ବିଷୟରେ ଖବର ପାଇଁ ଉଦ୍ଧାର କରିଛି ପୋଲିସ୍ । ଏହି ଘଟଣା ଘଟିଛି ପାରଦୀପ ଠାରେ ।

ସୂଚନା ଅନୂଯାୟୀ, ମାର୍ଶାଘାଇ ହଜାରି ଛକ ଜଣେ ନିକଟରେ ଟ୍ରକ ଡ୍ରାଇଭର ଗାଡ଼ି ଅଟକାଇ ଚାହା ପିଉଥିଲେ । ଏହି ସମୟରେ ଟ୍ରକରେ ବନ୍ଧାହୋଇଥିବା ଉକ୍ତ ଯୁବକ ଚିଲ୍ଲେଇବାକୁ ଆରମ୍ଭ କରିଥିଲେ । ଏହା ଦେଖି ଡ୍ରାଇଭର ଟ୍ରକ୍ ନେଇ ଖସି ପଳାଇଯିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ହେବାରୁ ସେମାନେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ ।

ମାର୍ଶାଘାଇ ପୋଲିସ ଟକ୍ରକୁ ପିଛା କରି ଧରିବାରେ ସକ୍ଷମ ହୋଇଥିଲା । ଏବେ ବନ୍ଧା ହୋଇଥିବା ଯୁବକଙ୍କୁ ଉଦ୍ଧାର କରିଥିଲେ । ଯାହାପରେ ସଂପୂର୍ଣ୍ଣ ଘଟଣା ଜଣାପଡ଼ିଥିଲା । ତେବେ ଟ୍ରକ ଡ୍ରାଇଭର ଏବଂ ଯୁବକଙ୍କୁ ପାରାଦୀପ ଲକ୍ ଥାନାକୁ ଜିମା ଦେଇଛି ପୋଲିସ୍ ।

କିଛି ଦିନ ତଳେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । ଯେଉଁଠାରେ ମୋବାଇଲ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଟକ୍ର ଇଞ୍ଜିନରେ ବାନ୍ଧି ଟ୍ରକ୍ ଚଳାଇଥିଲେ ଡ୍ରାଇଭର । ଯାହାର ଭିଡିଓ ଭାଇରାଲ ହୋଇଥିଲା। ଘଟଣାରେ ରାଜ୍ୟ ମାନବାଧିକାର କମିଶନ ଜଗତସିଂହପୁର ଏସପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

Get real time updates directly on you device, subscribe now.