fbpx

କାନରେ ଇୟରଫୋନ୍ ଲଗାଇ ରେଳଟ୍ରାକ୍ ପାର କରୁଥିଲା ଯୁବକ: ମାଡିଆସିଲା ଟ୍ରେନ୍, ଆଉ ତା’ପରେ..

ରେଳଟ୍ରାକ୍ ପାର୍ କରୁଥିବା ବେଳେ ଇୟରଫୋନରେ ଗୀତ ଶୁଣିବା ଯୁବକଙ୍କୁ ପଡିଲା ମହଙ୍ଗା । ଯାହାଫଳରେ ଚାଲିଗଲା ଏକ ଅମୂଲ୍ୟ ଜୀବନ । ଯୁବକ ଜଣକ ଦେଢ କିଲୋମିଟର ରାସ୍ତାରୁ ବଞ୍ଚିବା ପାଇଁ ସର୍ଟକଟ୍ ରାସ୍ତା ଆପଣେଇ ଇଣ୍ଟରଭ୍ୟୁକୁ ଯାଉଥିଲେ । ରେଳ କ୍ରସିଂରେ ସାଇକେଲ ଯୋଗେ ଯାଉଥିବା ବେଳେ ଯୁବକଙ୍କ ଆଡକୁ ମାଡିଆସିଥିଲା ଟ୍ରେନ୍ । କିନ୍ତୁ ଯୁବକ ଜଣକ କାନରେ ଇୟରଫୋନ୍ ଲଗାଇ ଗୀତ ଶୁଣୁଥିବାରୁ ତାଙ୍କୁ ଟ୍ରେନର ହର୍ଣ୍ଣ ଶୁଣାଯାଇ ନଥିଲା । ଫଳରେ ଯୁବକଙ୍କ ଉପରେ ଚଢିଯାଇଥିଲା ଟ୍ରେନ୍ । ଘଟଣାସ୍ଥଳରେ ହିଁ ଚାଲିଗଲା ଯୁବକଙ୍କ ଜୀବନ ।

ଏଭଳି ଏକ ଦୁଃଖଦ ଘଟଣା ଲସୁଡିଆ ପୋଲିସ ଷ୍ଟେସନର ଫିନିକ୍ସ ସିଟି ଟାଉନସିପର ରେଲୱେ ଟ୍ରାକରେ ଘଟିଥିଲା । ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ପୁଅକୁ ଟ୍ରେନ୍ ଧକ୍କା ଦେବାକୁ ତାଙ୍କର ମୃତ୍ୟୁ ହୋଇଛି ।

ଯୁବକ ଜଣକ ଏମବିଏ ପାସ୍ ଆଉଟ୍ ଥିବା ବେଳେ ଇଣ୍ଟରଭ୍ୟୁ ପାଇଁ ଦେଢକିଲୋମିଟର ରାସ୍ତା ପରିବର୍ତ୍ତେ ସର୍ଟକଟ୍ ଆପଣେଇଥିଲେ । କିନ୍ତୁ କାନରେ ଇୟରଫୋନ ଥିବାରୁ ଟ୍ରେନ୍ ହର୍ଣ୍ଣ ଶୁଣିପାରିନଥିଲେ । ଟ୍ରେନ୍ ଧକ୍କାରେ ଯୁବକଙ୍କ ହାତ, ପାଦ, କାନ ଓ ମୁଣ୍ଡରେ ଆଘାତ ଲାଗିଥିଲା । ଅଧିକ ରକ୍ତସ୍ରାବ ହେବାରୁ ଘଟଶାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.