ଚିତ୍ରକୁଟ: ଉତ୍ତରପ୍ରଦେଶର ଜନପଦ ଚିତ୍ରକୁଟରୁ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଦବଙ୍ଗ ଯୁବକ ଜଣେ ବିଧବା ମହିଳାଙ୍କ ସହ କ୍ରୁରତାର ସମସ୍ତ ସୀମା ଅତିକ୍ରମ କରିଛି । ପ୍ରଥମେ ବିଧବା ମହିଳାଙ୍କ ସହ ବଳାତ୍କାର କରିବାର ଉଦ୍ୟମ କରିଥିଲା ଯୁବକ । ଏଥିରେ ଅସଫଳ ହେବାରୁ ମହିଳାଙ୍କ କାନକୁ ଦାନ୍ତରେ ଚୋବାଇ ଛିଡାଇଦେଲା । ଏଥିରେ ବି ଶାନ୍ତ ନହେବାରୁ ଯୁବକ ଜଣକ ମହିଳାଙ୍କୁ ପଥରରେ ଅନେକ ଥର ଆକ୍ରମଣ କରିଥିଲା । ମହିଳା ରକ୍ତାକ୍ତ ହୋଇ ସେଠାରେ ଟଳିପଡିଲେ, ଯାହାର ସୁଯୋଗ ନେଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଗଲା ।
ଏହି ଘଟଣା ଚିତ୍ରକୂଟର ସହର କୋତୱାଲୀ ଅଞ୍ଚଳରେ ଘଟିଛି । ସେଠାରେ ଏକ ଗାଁରେ ରହୁଥିବା ବିଧବା ମହିଳାଙ୍କୁ ପଡୋଶରେ ରହୁଥିବା ଅଶୋକ ପଟେଲ ନାମକ ଜଣେ ଯୁବକ ପାଖାପାଖି ୧ ବର୍ଷ ପର୍ଯ୍ୟନ୍ତ ଫୋନ୍ କରି ହଇରାଣ କରୁଥିଲା । ଅଭିଯୁକ୍ତ ଜଣକ ତାଙ୍କ ସମ୍ପର୍କୀୟ ଥିଲା, ଯେଉଁକାରଣରୁ ମହିଳା ଅଭିଯୋଗ କରିନଥିଲେ । କିନ୍ତୁ ଏହା ଯୁବକଙ୍କ ମନୋବଳକୁ ଆହୁରି ବଢ଼ାଇଦେଇଥିଲା ।
ବୁଧବାର ରାତିରେ ଦବଙ୍ଗ ଯୁବକ ଜୋର ଜବରଦସ୍ତ ମହିଳାଙ୍କ ଘରେ ପଶିଥିଲା ଓ ତାଙ୍କ ସହ ବଳାତ୍କାର କରିବାକୁ ଉଦ୍ୟମ କରିଥିଲା । ମହିଳା ଏହାକୁ ସମ୍ପୂର୍ଣ୍ଣ ବିରୋଧ କରିଥିଲେ । ଫଳରେ ଅଭିଯୁକ୍ତ ରାଗରେ ଆସି ବିଧବା ମହିଳାଙ୍କୁ ଅତି ନର୍ମମ ଭାବେ ପିଟିଥିଲା ଓ ତାଙ୍କର ଏକ କାନକୁ ବି ଦାନ୍ତରେ ଚୋବାଇଦେଇଥିଲା । କାନ ଛିଡାଇ ଦେବାକୁ ମହିଳାଙ୍କ ରକ୍ତ ବୋହିବା ଆରମ୍ଭ ହୋଇଥିଲା । ଏଥିରେ ବି ଅଭିଯୁକ୍ତର ରାଗ ଶାନ୍ତ ହୋଇନଥିଲା । ସେ ପଥରରେ ପୁଣି ମହିଳାଙ୍କ ଉପରେ ଆକ୍ରମଣ କରିଥିଲା ।
ମହିଳାଙ୍କୁ ରକ୍ତାକ୍ତ କରିବା ପରେ ସୁଯୋଗ ଦେଖି ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ପଡୋଶୀ ଏହାର ସୂଚନା ପୋଲିସକୁ ଦେଇଥିଲେ । ପୋଲିସ ମହିଳାଙ୍କୁୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି ।
ଚିତ୍ରକୂଟ ପୋଲିସର କହିବା ମୁତାବକ, ଅଭିଯୁକ୍ତ ଯୁବକ ଓ ମହିଳାଙ୍କ ମଧ୍ୟରେ ପୂର୍ବରୁ ସମ୍ବନ୍ଧ ରହିଛି । ବୁଧବାର ରାତିରେ କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା, ଯାହାକି ପରେ ମାରପିଟରେ ବଦଳିଯାଇଥିଲା । ଏବେ ଫେରାର ଥିବା ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଛାନଭିନ୍ ଜାରି ରଖିଛି ।