Breaking: କଂଗ୍ରେସ କର୍ମୀଙ୍କୁ ବେଆଇନ ଗିରଫ, ତୀବ୍ର ନିନ୍ଦା କଲେ ଯୁବ ବିଧାୟକ ସାଗର ଦାସ

୮ କଂଗ୍ରେସ କର୍ମୀଙ୍କୁ ଗିରଫ କଲା କଳାହାଣ୍ଡି ପୋଲିସ। ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ସମୟରେ କଳା ପତାକା ଦେଖାଇ ବିରୋଧ। କଂଗ୍ରେସ କର୍ମୀଙ୍କୁ ବେଆଇନ ଗିରଫ, ତୀବ୍ର ନିନ୍ଦା କଲେ ଯୁବ ବିଧାୟକ ସାଗର ଦାସ।

କଳାହାଣ୍ଡି: ୮ କଂଗ୍ରେସ କର୍ମୀଙ୍କୁ ଗିରଫ କଲା ପୋଲିସ। ସେପଟେ କଂଗ୍ରେସର ପ୍ରତିବାଦ ଜୋରଦାର। ଗିରଫଦାରୀକୁ କଡା ନିନ୍ଦା କରିଛନ୍ତି କଂଗ୍ରେସ ବିଧାୟକ ସାଗର ଚରଣ ଦାସ। “ଲୋକଙ୍କ ସ୍ୱରକୁ ଚାପି ଦେବାକୁ ପ୍ରୟାସ କରୁଛି ବିଜେପି ସରକାର”।

ଆଜି କଳାହାଣ୍ଡି ଜିଲ୍ଲା ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଉ ମୋହନଙ୍କ ଜିଲ୍ଲା ଗସ୍ତ ସମୟରେ ସେଠାକାର କିଛି ଯୁବ କଂଗ୍ରେସ କର୍ମୀ କଳା ପତାକା ଦେଖାଇ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରୁଥିଲେ।

ହେଲେ ହଠାତ୍ ଚାରି ପ୍ଲାଟୁନ ପୋଲିସ ଫୋର୍ସ ସେମାନଙ୍କୁ ମାଡ଼ ମାରିବା ସହ ଗିରଫ କରିଥିବା ଅଭିଯୋଗ ହୋଇଛି। ଯାହାକୁ ତୀବ୍ର ନିନ୍ଦା କରିଛି କଂଗ୍ରେସ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ ଭୟରେ ଗିରଫ କରାଯାଇ ବିଭିନ୍ନ ଥାନାରେ କଂଗ୍ରେସ କର୍ମୀଙ୍କୁ ରଖାଯାଇଛି।

ଆଉ ବେଆଇନ ଗିରଫର ତୀବ୍ର ପ୍ରତିବାଦ କରିଛି କଂଗ୍ରେସ। ତେବେ ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାରଙ୍କ ଏହି ଏକଛତ୍ରବାଦ ନୀତିକୁ ନିନ୍ଦା କରିଛନ୍ତି ଭବାନୀପାଟଣାର ଯୁବ ବିଧାୟକ ସାଗର ଦାସ। ସରକାରଙ୍କ ଜନ ବିରୋଧୀ ନୀତି ବିରୁଦ୍ଧରେ ଲଢେଇ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ସାଗର।