ବ୍ରହ୍ମପୁର: ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ବେଳାଭୂମିରେ ବୁଲିବାକୁ ଯାଇଥିବା ବେଳେ ଏହି ଗଣଦୁଷ୍କର୍ମ ହୋଇଛି ବୋଲି ଥାନାରେ ଅଭିଯୋଗ ହୋଇଛି।
ସୂଚନାନୁଯାୟୀ, ପୁରୁଷ ବନ୍ଧୁଙ୍କ ସହ ଏହି ଯୁବତୀ ବୁଲିବାକୁ ଯାଇଥିଲେ। ସେଠାରେ ପୁଅ ଝିଅଙ୍କୁ ଏକା ଦେଖି ୮ରୁ ୧୦ ଜଣ ଦୁର୍ବୃତ୍ତ ସେମାନଙ୍କୁ ଘେରିଯାଇଥିଲେ।
ସେଠାରେ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଏଠାରେ ୭ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।