fbpx

ମେଡ଼ିକାଲ ଛାତରୁ ଡେଇଁ ଆତ୍ମହତ୍ୟା କଲେ ଯୁବତୀ

ରାୟଗଡ଼ା(ଓଡ଼ିଶା ଭାସ୍କର): ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣେ ଯୁବତୀ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମେଡ଼ିସିନ ୱାର୍ଡର ୩ ମହଲାରୁ ଡେଇଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ମୁତାବକ, ମୃତକ ଯୁବତୀ ଜଣକ ହେଉଛନ୍ତି ୨୮ ବର୍ଷୀୟ ରଜନୀ ମେଲେକା । ସେ ସଦର ଥାନା ତୁମ୍ବିଗୁଡାର ବାସିନ୍ଦା ହୋଇଥିବା ବେଳେ ୭ ତାରିଖରେ ଅସୁସ୍ଥ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିନ୍ତୁ ଯୁବତୀଙ୍କ ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

ତେବେ ଜ୍ୱର ଯୋଗୁଁ ତାଙ୍କର ମେଡିସନ୍ ୱାର୍ଡରେ ଚିକିତ୍ସା ଚାଲିଥିଲା । ଗତକାଲି ରାତିରେ ବାଥରୁମ ଯାଇ ଆଉ ଫେରି ନଥିଲେ ଯୁବତୀ । ଖୋଜାଖୋଜି ପରେ ରକ୍ତାକ୍ତ ଅବସ୍ଥାରେ ତିନି ମହଲା ତଳେ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ସେ କୌଣସି ମାନସିକ ଚାପରେ ଆସି ଏପରି କରିଥାଇ ପାରନ୍ତି ବୋଲି ଥାନା ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.