fbpx

ବଡ ଭାଇ ନାଁରେ ସେନାରେ ସାନ ଭାଇର ଚାକିରି

ଭୁବନେଶ୍ୱର,୧୯ ।୨(ଓଡିଶା ଭାସ୍କର): ବଡ ଭାଇ ନାଁରେ ସେନାରେ ଚାକିରି କରିଥିବା ସାନ ଭାଇ ଧରାପଡିଛି । ଅଭିଯୁକ୍ତ ସାନ ଭାଇକୁ ଗିରଫ କରିଛି ଖାରବେଳ ନଗର ପୋଲିସ । ଫେକ୍ ଡକ୍ୟୁମେଣ୍ଟ ଦେଇ ଚାକିରି କରିବା ଅଭିଯୋଗରେ ସାନ ଭାଇକୁ ଗିରଫ କରିଛି ପୋଲିସ । ବଡ ଭାଇ ଅବସର ନେଲା ପରେ ତାଙ୍କ ନାଁରେ ଡକ୍ୟୁମେଣ୍ଟ ଦେଇ ଚାକିରି କରିଥିବା ନେଇ ଅଭିଯୋଗ ହୋଇଛି । ଏହା ପୂର୍ବରୁ ପତ୍ନୀ ନିର୍ଯ୍ୟାତନା ମାମଲାରେ ବଡ ଭାଇ ଗିରଫ ହୋଇସାରିଛନ୍ତି । ବଡ ଭାଇଙ୍କ ପତ୍ନୀ ଅଭିଯୋଗ କରିବାକୁ ସତ ସାମ୍ନାକୁ ଆସିଛି ।

ତେବେ ଭୁବନେଶ୍ୱରରୁ ଗିରଫ ହୋଇଛି ୪୨୦ ଯବାନ । ବଡଭାଇ ପ୍ରଦ୍ୟୁମ୍ନ ବେହେରା ନାଁରେ ଚାକିରି କରିଥିଲା ସାନ ଭାଇ ପ୍ରସନ୍ନ ବେହେରା । ୧୨ ବର୍ଷ ଧରି ଚାକିରି କରିବା ପରେ ଧରାପଡିଲା ଆର୍ମି ଯବାନ । ୧୨୦ ବାଟାଲିୟନରେ ଯବାନ ଭାବେ ପାଇଥିଲେ ନିଯୁକ୍ତି ।୨୦୧୪ରେ ପତ୍ନୀ ନିର୍ଯ୍ୟାତନା ମାମଲାରେ ବଡଭାଇ ପ୍ରଦ୍ୟୁମ୍ନକୁ ଗିରଫ କରିଥିଲା ଢେଙ୍କାନାଳ ପୋଲିସ ।

Get real time updates directly on you device, subscribe now.