fbpx

ଆୟରଲାଣ୍ଡ ବିପକ୍ଷରେ ଯୁବ ଖେଳାଳିଙ୍କୁ ମିଳିବ ସୁଯୋଗ, କିନ୍ତୁ ଏହି ସର୍ତ୍ତରେ…….

Advertisement

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଟିମ ଇଣ୍ଡିଆର ନେତୃତ୍ୱ ନେବାକୁ ଯାଉଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ନିଜର ଅଧିନାୟକ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି । ଆସନ୍ତା ୨୬ ତାରିଖରୁ ଉଭୟ ଦଳ ମଧ୍ୟରେ ୨ଟି ମ୍ୟାଚ ଖେଳାଯିବ । ତେବେ ଏହି ସିରିଜ ଆରମ୍ଭ ପୂର୍ବରୁ ଅଧିନାୟକ ଭାବରେ ହାର୍ଦ୍ଦିକ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ନେଇ ପ୍ରକାଶ କରିଛନ୍ତି । କିନ୍ତୁ ଏଥିରେ ଗୋଟିଏ ସର୍ତ୍ତ ରଖିଛନ୍ତି ପାଣ୍ଡ୍ୟା ।

ଏହି ସିରିଜରେ ଯୁବବର୍ଗଙ୍କୁ ସୁଯୋଗ ନିଶ୍ଚିତ ମିଳିବ । କିନ୍ତୁ ଦଳର ପ୍ଲେଇଙ୍ଗ ଇଲେଭେନକୁ ଦୁର୍ବଳ କରି ହେବ ନାହିଁ । ପରିସ୍ଥିତିକୁ ଲକ୍ଷ୍ୟ କରି ଖେଳାଳିମାନଙ୍କୁ ସୁଯୋଗ ଦିଆଯିବ ବୋଲି ସେ ସର୍ତ୍ତ ରଖିଛନ୍ତି । ମ୍ୟ।।ଚରେ ବେଷ୍ଟ-୧୧ ସହିତ ପଡିଆକୁ ଓହ୍ଲାଇବେ ବୋଲି ପାଣ୍ଡ୍ୟା କହିଛନ୍ତି । ଏହାସହିତ ସେ କହିଛନ୍ତି ଯେ, ନେତୃତ୍ୱ ନେବାକୁ ତାଙ୍କୁ ମଜା ଲାଗେ । କିନ୍ତୁ ଏବେ ଦାୟିତ୍ୱ ଟିକିଏ ଅଧିକ ରହିଛି । ତେବେ ନେତୃତ୍ୱ ନେଲ ହାର୍ଦ୍ଦିକଭ୍କ ପ୍ରଦର୍ଶନ ଆହୁରି ସୁନ୍ଦର ହୁଏ ଏବଂ ରେଜଲ୍ଟ ମଧ୍ୟ ଭଲ ହୋଇଥାଏ ବୋଲି ସେ ବିଶ୍ୱାସ କରନ୍ତି । ପରିସ୍ଥିତିକୁ ଲକ୍ଷ୍ୟ କରି ଉଚିତ ସମୟରେ ସଠିକ ନିଷ୍ପତ୍ତି ନେବାରେ ଧ୍ୟାନ ଦେଇଥାନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।

ଏହି ସିରିଜରେ ଭାରତୀୟ ଦଳର ନବମ ଅଧିନାୟକ ଭାବରେ ଖେଳିବେ ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ଧୋନୀଙ୍କ ନେତୃତ୍ୱରେ ଦଳ ସର୍ବାଧିକ ୪୧, ବିରାଟ କୋହଲି ୩୦, ରୋହିତ ଶର୍ମା ୨୪ ଏବଂ ସୁରେଶ ରାଇନାଙ୍କୁ ୩ଟି ଲେଖାଏଁ ବିଜୟ ପ୍ରାପ୍ତ ହୋଇଛି । ପନ୍ତ ୨ଟି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ରାହାଣେ ଏବଂ ସେହୱାଗ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଛନ୍ତି ।

Get real time updates directly on you device, subscribe now.