fbpx

ଆପଣଙ୍କ ବ୍ଲଡ୍ ଗ୍ରୁପ ମଧ୍ୟ ହୋଇପାରେ ହୃଦଘାତର କାରଣ , ଏହି ଲୋକ ସତର୍କ ରୁହନ୍ତୁ

ଆଜିକାଲି ଦୁନିଆରେ ହାର୍ଟଆଟାକ ଏକ ବଡ ସମସ୍ୟା ହୋଇସାରିଛି । ହୃଦଘାତ କାରଣରୁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ହାର୍ଟ ଡ଼ିଜିଜ ବଢିବାରେ ଅନେକ କାରଣ ରହିଛି । ଏଥିରେ ଠିକ ଭାବେ ନଖାଇବା, ଖରାପ ଜୀବନଶୈଳୀ, ଏହାସହ କୋଭିଡ଼ ଜୀବାଣୁ ମଧ୍ୟ ହାର୍ଟ ଆଟାକ ପାଇଁ ବଡ଼ କରାଣ ହୋଇଥାଏ । ଏହାଛଡା ବ୍ଲଡ୍ ଗ୍ରୁପ ମଧ୍ୟ ହାର୍ଟ ଡ଼ିଜିଜର କାରଣ ହୋଇପାରେ ।

ଏକ୍ସପର୍ଟମାନେ କହିଛନ୍ତି ଯେ, ବ୍ଲଡ୍ ଗ୍ରୁପକୁ ନେଇ ହାର୍ଟ ଡିଜିଜ୍ ବିଷୟରେ ଜାଣିହେବ । ଏଥିପାଇଁ A ଏବଂ B ଆଣ୍ଟିଜେନ୍ସରୁ ନିଆଯାଇଛି । ବ୍ଲଡ୍ ଗ୍ରୁପ B, A, AB କିମ୍ବା O ଅଣ୍ଟିଜେନ ଦ୍ୱାରା ଚିହ୍ନଟ କରାଯାଇପାରିବ । ଆମେରିକୀୟ ହାର୍ଟ ଆସୋସିଏସନ ଅନୁଯାୟୀ, ବ୍ଲଡ୍ ଗ୍ରୁପ B ଏବଂ A ଥିବା ଲୋକମାନଙ୍କର ହୃଦୟ ଧମନୀରେ ରକ୍ତ ଜମାଟ ହେବାର ଆଶଙ୍କା ଅଧିକ ଥାଏ । ଅନ୍ୟପଟେ ଗ୍ରୁପ O ଲୋକଙ୍କ ହାର୍ଟ ବି.ପି ର ଆଶଙ୍କା ଅଧିକ ରହିଥାଏ । ରିପୋର୍ଟରେ କୁହାଯାଇଛି ଯେ, A ବ୍ଲଡ୍ ଗ୍ରୁପ ଲୋକଙ୍କ ଠାରେ ହାଇପରଲିପାଇଡେମିଆ ସହିତ ହୃଦଘାତ ହେବାର ଆଶଙ୍କା ଅଧିକ ରହିଛି ।

ହୃଦରୋଗ ବିଶେଷଜ୍ଞ ଅଜିତ ଜୈନ କହିଛନ୍ତି ଯେ, ଗତ ଏକ ବର୍ଷ ମଧ୍ୟରେ କରୋନାରେ ହୃଦ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହାର ଏକ ମୁଖ୍ୟ କାରଣ ହେଉଛି କୋଭିଡ ଜୀବାଣୁ । କରୋନା ହେତୁ ହୃଦୟର ଧମନୀରେ ରକ୍ତ ଜମାଟ ବାନ୍ଧିଥାଏ । ରକ୍ତ ଜମାଟ ବାନ୍ଧିବା ହେତୁ ହୃଦୟରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୁଏନାହିଁ । ହୃଦୟର ଧମନୀରେ ଏହି ଅବରୋଧ ହେତୁ ହୃଦଘାତ ଘଟୁଛି । କୌଣସି ଲକ୍ଷଣ ବିନା ହଠାତ୍ ହୃଦଘାତ ହେବାର ଏହା ହେଉଛି ଏକ ବଡ଼ କାରଣ, ଯାହା ଘଟଣାସ୍ଥଳରେ ମୃତ୍ୟୁ ଘଟାଇଥାଏ । ଯେହେତୁ ଅଧିକାଂଶ ଲୋକଙ୍କୁ କୋଭିଡ ହୋଇଛି, ତେଣୁ ଲୋକମାନେ ସହଜରେ ହୃଦଘାତର ଶିକାର ହେଉଛନ୍ତି ।

ଡାକ୍ଟର ଜୈନ କହିଛନ୍ତି ଯେ ହୃଦରୋଗକୁ ରୋକିବା ପାଇଁ ୨୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ହୃଦୟ ଯାଞ୍ଚ କରାଯିବା ଆବଶ୍ୟକ। ଏଥିପାଇଁ ଛାତି ସିଟି ସ୍କାନ୍ ଏବଂ ଟ୍ରାଡମିଲ୍ ପରୀକ୍ଷା କରାଯାଇପାରିବ । ଏହା ବ୍ୟତୀତ, ପ୍ରତି ତିନି ମାସରେ ଲିପିଡ ପ୍ରୋଫାଇଲ୍ ପରୀକ୍ଷା କରିବ ଆବଶ୍ୟକ । ପରୀକ୍ଷଣରୁ ଏହା ଲାଭଦାୟକ ହେବ ଯେ, ଯଦି ହୃଦୟରେ କୌଣସି ରୋଗ ଥିବ, ତେବେ ଏହା ଠିକ ସମୟରେ ଚିହ୍ନଟ ହେବ ଏବଂ ହୃଦଘାତ କିମ୍ବା ହୃଦଘାତ ପୂର୍ବରୁ ଏହାକୁ ରୋକା ଯାଇପାରିବ ।

Get real time updates directly on you device, subscribe now.