fbpx

ବେହେରାଗୁଡା ୱାଟର ଫଲରୁ ପଡି ଯୁବକଙ୍କ ମୃତ

ପଡିଆ/କାଲିମେଳା,୧୫/୦୨:- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ବେଜାଙ୍ଗିବାଡ଼ା ପଞ୍ଚାୟତର ବେହେରାଗୁଡା ନିକଟରେ ଥିବା ୱାଟର ଫଲରୁ ପଡି ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଗମ୍ପାକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମ୍.ପି.ଭି:- ୨୬ ଗ୍ରାମର ବିଜୁ ମଣ୍ଡଳ ତାଙ୍କ ସାଙ୍ଗ ମାନଙ୍କ ସହ ବେହେରାଗୁଡା ୱାଟର ଫଲରେ ଆଜି ବୁଲିବାକୁ ଯାଇଥିଲେ । ଜଳ ପ୍ରପାତ ମଧ୍ୟରେ ଗାଧୋଉଥିବା ବେଳେ ପାଣିରେ ଖସି ଯାଇ ପଥରରେ ବାଡେଇ ହୋଇ ତଳେ ପଡିଯାଇଥିଲେ । ତୁରନ୍ତ ସାଙ୍ଗ ମାନେ ବିଜୁକୁ ଉଦ୍ଧାର କରି ପ୍ରଥମେ ଏମ୍.ଭି:- ୨୧ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ପ୍ରାଥମିକ ଚିକିତ୍ସାପରେ ସେ ଗୁରୁତର ଥିବାରୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ, ହେଲେ ସେଠାରୁ ପୁଣି କୋରାପୁଟ ନେବା ବାଟରେ ମାଥିଲି ଠାରେ ସେ ମୃତୁବରଣ କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକର ଲହରୀ ଖେଳି ଯାଇଛି ।

Get real time updates directly on you device, subscribe now.