BIG BREAKING: ୨୪ ଘଣ୍ଟା ପରେ ନଈ ମଝିରୁ ହେଲିକପ୍ଟରରେ ଯୁବକ ଯୁଦ୍ଧାର

ହେଲିକପ୍ଟରରେ ନଈ ମଝିରୁ ଉଦ୍ଧାର ହେଲେ ଯୁବକ

ମାଲକାନଗିରି: ୨୪ ଘଣ୍ଟା ପରେ ନଈ ମଝିରୁ ହେଲିକପ୍ଟରରେ ଯୁବକ ଯୁଦ୍ଧାର ହୋଇଛନ୍ତି। ମାଟାପାକା ପଞ୍ଚାୟତ କତାମାଟେରୁ ନିକଟସ୍ଥ ସାବେରୀ ନଦୀରୁ ଉଦ୍ଧାର ହୋଇଛନ୍ତି।

ଯୁବକଙ୍କୁ ଉଦ୍ଧାର କଲା ଛତିଶଗଡ଼ ପୋଲିସ ଓ ମୁତୟନ ହୋଇଥିବା ସିଆରପିଏଫ। କତାମାଟେରା ପାଖରୁ ଡଙ୍ଗାରେ ସୁକମା ଯିବା ବେଳେ ସ୍ରୋତରେ ଫସିଯାଇଥିଲେ।

ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ମାଲକାନଗିରି ସୀମାନ୍ତ ସାବେରୀ ନଦୀ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସାବେରୀ ।

ପୋଲ ଉପରେ ପାଣି ଚାଲିଛି । ଝାପରା ପୋଲ ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି । ଫଳରେ ଛତିଶଗଡ଼-ସୁକୁମା ଦେଇ ମାଲକାନଗିରିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଗତ କିଛି ଦିନ ହେଲା ସମଗ୍ର ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି। ବିଶେଷ କରି କୋରାପୁଟ ଓ ମାଲକାନଗିରିରେ ଅତି ପ୍ରବଳ ବର୍ଷା ହେଉଥିବାରୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।