ବାରିପଦା: ବିଚ୍ ରାସ୍ତାରେ ଦିନ ଦ୍ୱିପ୍ରହରରେ ସର୍ବସାଧାରଣରେ ଗୋଡ଼ାଇ ଗୋଡ଼ାଇ ଫାୟାରିଂ କଲେ। ବାଇକରେ ଆସିଲେ ଯୁବକଙ୍କ ଉପରକୁ ଆଖିବୁଜା ଗୁଲିବର୍ଷା କଲେ।
ଘଟଣାଟି କେଉଁ ବାହାର ରାଜ୍ୟର ନୁହେଁ ବରଂ ଖୋଦ୍ ଆମ ଓଡ଼ିଶାର। ହଁ ଆଜି ବାରିପଦାରେ ଏପରି ଏକ ଜଘନ୍ୟ ଅପରାଧ ଦେଖିବାକୁ ମିଲିଛି। ଦିନ ଦ୍ୱିପ୍ରହରେ ଆତଙ୍କ କେଲାଇଛନ୍ତି ୩ ଜଣ ଦୁର୍ବୃତ୍ତ।
NH-୧୮ ଅସନଯୋଡ଼ା ନିକଟରେ କରିଛନ୍ତି ଫାୟାରିଂ। କୁହାଯାଉଛି ଲୁଟ୍ ଉଦ୍ୟମ କରି ବିଫଳ ହେବାରୁ ଫାୟାରିଂ କରିଛନ୍ତି ଦୁର୍ବୃତ୍ତ। ଫଳରେ ୫ ରାଉଣ୍ଡ ଗୁଳି ଚଲାଇ ଫେରାର ହୋଇଯାଇଛନ୍ତି।
ଗୁଲିକାଣ୍ଡରେ ଜଣେ ଗୁରୁତର ହୋଇ PRM ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଗୋଡ଼ ଓ ମୁଣ୍ଡରେ ଗୁଳି ବାଜିଛି। ଏବେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ପୋଲିସ ତଦନ୍ତ ଆରମ୍ଭ କରିଛି।