ଦିବା ଲୋକରେ ଆସିଲେ ଗୁଳିକରି ଚାଲିଗଲେ, କେହି କିଛି ବି କରିପାରିଲେ ନାହିଁ
ବାଲିଘାଟ ବିବାଦକୁ ନେଇ ଯୁବକଙ୍କୁ ଦିବାଲୋକରେ ସମସ୍ତଙ୍କ ସାମ୍ନାରେ ଗୁଳି କଲେ ଦୁର୍ବୃତ୍ତ। ଆଉ ଲୋକଙ୍କ ଆଖି ସାମ୍ନାରେ ଫେରାର ହୋଇଗଲେ।
କେନ୍ଦ୍ରାପଡ଼ା: ପୁଣି ଅଶାନ୍ତ ହେଲା କେନ୍ଦ୍ରାପଡ଼ା। ଦିନ ଦ୍ୱିପ୍ରହରରେ ସର୍ବସମ୍ମୁଖରେ ଗୁଳିମାଡ଼। ଜଣେ ଯୁବକଙ୍କ ଉପରକୁ ଗୁଳି ମାଡ଼ କଲେ ୩ ରୁ ୪ ଜଣ ଦୁର୍ବୃତ୍ତ। ତେବେ ଆହତ ଯୁବକ ଜଣକ ଖାଇସାରି ଯିବା ସମୟରେ ତାଙ୍କ ଉପରକୁ ଅତର୍କିତ ଗୁଳିମାଡ଼଼ ହୋଇଥିଲା।
ଫଳରେ ଗୋଟିଏ ଗୁଳି ଯୁବକଙ୍କ ଗୋଡ଼ରେ ବାଜି ଥିଲା। ପରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ସବୁଠାରୁ ବଡ଼ କଥା ହେଉଛି ଦିବାଲୋକରେ ଲୋକଙ୍କ ସାମ୍ନାରେ ଦୁର୍ବୃତ୍ତମାନେ ଆସିଲେ, ଗୁଳିକଲେ ଆଉ ଚାଲିଗଲେ।
ସେମାନଙ୍କୁ କେହି ବି ଧରିପାରିଲେ ନାହିଁ। ଏପରି ଏକ ଚାଞ୍ଚଲ୍ୟକର ଗୁଳିକାଣ୍ଡ ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ପାଟକୁରା କୁଦାନଗରୀ ବାଲିସାହି ଅଞ୍ଚଳରେ। ୩ ରୁ ୪ ଜଣ ଦୁର୍ବୃତ୍ତ ହଠାତ୍ ଜଣେ ଯୁବକଙ୍କ ଉପରକୁ ଗୁଳି କରି ଫେରାର ହୋଇଯାଇଛନ୍ତି।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ସୂଚନା ଯାହା ମିଳିଛି କି, ସନ୍ଦେହ କରାଯାଉଛି ପୂର୍ବ ଶତ୍ରୁତା କିମ୍ୱା ବାଲିଘାଟକୁ ନେଇ ଗୁଳିମାଡ଼ ହୋଇଛି। ହେଲେ ଆକ୍ରମଣର ପ୍ରକୃତ କାରଣ ଜଣାପଡିନାହିଁ। ଆକ୍ରମଣକାରୀଙ୍କର ବି ପ୍ରକୃତ ପରିଚୟ ମାଳିପାରିନାହିଁ।