ଲକ୍ଷ୍ନୌ,୨୯ା୬: ଉତ୍ତରପ୍ରଦେଶର ବଦାୟୁଁ ଜିଲ୍ଲାର ଦାତାଗଞ୍ଜ ଅଞ୍ଚଳର ଏକ ମନ୍ଦିର ପରିସରରେ ନମାଜ ପାଠ କରି ଜଣେ ଯୁବକ ବନ୍ଧା ହୋଇଛନ୍ତି ।
ପୋଲିସ ସର୍କଲ୍ ଅଫିସର କେକେ ତିୱାରୀ ରବିବାର କହିଛନ୍ତି, ଦାତାଗଞ୍ଜ ଥାନା ଅଞ୍ଚଳର ପାପଡା ଗାଁରେ ଥିବା ବ୍ରହ୍ମଦେବ ଦେବସ୍ଥାନ ନାମକ ଏକ ପ୍ରାଚୀନ ମନ୍ଦିର ପରିସରରେ ଜଣେ ଯୁବକ ନମାଜ ପାଠ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା ଏବଂ ଏହାକୁ ଦେଖିବା ପରେ କିଛି ହିନ୍ଦୁ ସଂଗଠନ ବିରୋଧ କରିଥିଲେ। ପୋଲିସ ଉକ୍ତ ଯୁବକଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଯୁବକଙ୍କ ନାମ ଅଲ୍ଲି ମହମ୍ମଦ ।