fbpx

ପାଇପ୍ ଭିତରେ ଲାଖି ରହିଗଲେ ଯୁବକ: ଶ୍ୱଶୁରଘର ଗାଁ କେନାଲରେ ଗାଧୋଇବା ବେଳେ ଅଘଟଣ

ବଲାଙ୍ଗୀର: ଶ୍ୱଶୁର ଘର ଗାଁ କେନାଲରେ ଗାଧୋଇବା ଜଣେ ଯୁବକଙ୍କ ଉପରେ ଖୁବ ମହଙ୍ଗା ପଡ଼ିଛି । କେନାଲରେ ଗାଧୋଇବା ବେଳେ ଭାସି ଯାଇଛନ୍ତି ଜଣେ ଯୁବକ । କେନାଲରୁ ଭାସିଯିବା ସହ ଏକ ପାଇପ୍ ଭିତରେ ସେ ଫସି ରହିଥିବା ଜାଣିବାକୁ ମିଳିଛି । ଅଏଁଲଭଟ୍ଟା ଗାଁ କେନାଲରେ ଏଭଳି ଏକ ଅଘଟଣ ଘଟିଯାଇଛି । ପାଇପ୍ ରେ ଫସି ରହିଥିବା ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି । ତେବେ ଜେସିବି ସାହାଯ୍ୟରେ ଖୋଳି ଯୁବକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ତେବେ ଘଟଣାସ୍ଥଳରେ ମୁରିବାହାଲ ଥାନା ପୋଲିସ ଏବଂ ଅଭ୍ନିଶମ ବାହିନୀ ପହଞ୍ଚି ତଦାରଖ କରୁଛନ୍ତି ।

Get real time updates directly on you device, subscribe now.