(Video) Youtube ଆଣିଲା ନୂଆ ଫିଚର୍, Shorts ଭିଡିଓ ପାଇଁ ମିଳିବ ଏତିକି ସମୟ, ବଢିଲା ସମୟସୀମା

ଓଡ଼ିଶା ଭାସ୍କର: ୟୁଟ୍ୟୁବ ୟୁଜରର୍ସଙ୍କ ପାଇଁ ଆସିଛି ଏକ ବଡ଼ ଅପଡେଟ୍ । ନୂଆ ଫିଚରରେ ୟୁଟ୍ୟୁବ ସର୍ଟସ ଭିଡିଓରେ ହେବ ଏକ ବିରାଟ ପରିବର୍ତ୍ତନ । ୟୁଟ୍ୟୁବ ସର୍ଟସ ଭିଡିଓରେ ସମୟସୀମା ବୃଦ୍ଧି କରିଛି ଲୋକପ୍ରିୟ ଭିଡିଓ ଆପ୍ ୟୁଟ୍ୟୁବ । ଆଗକୁ ଆପଣମାନଙ୍କ ପାଇଁ ଥିଲା ଭିଡ଼ିଓ ଅପଲୋଡ୍ କରିବାର ସମୟ ସୀମା । ଆଗରୁ ସର୍ଟ୍ସ ପାଇଁ ପ୍ରଥମେ ୧ ମିନିଟର ସମୟ ଥିଲା । କିନ୍ତୁ ବର୍ତ୍ତମାନ ଏହି ସମୟସୀମାରେ ବୃଦ୍ଧି କରାଯାଇଛି । ୟୁଜର୍ସ ଏଣିକି ୧ ମିନିଟ ପରିବର୍ତ୍ତେ ଅଧିକ ସମୟ ପର୍ଯ୍ୟନ୍ତ ଏକ ସର୍ଟସ ଭିଡିଓ ଅପଲୋଡ କରିପାରିବେ ।

ୟୁଟ୍ୟୁବ୍ ନିଜ ସର୍ଟ୍ସ ଫିଚରରେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ ଘୋଷଣା କରିଛି । ୧୫ ଅକ୍ଟୋବର ୨୦୨୪ରୁ କ୍ରିଏଟରଙ୍କୁ ୩ ମିିନଟ୍ ପର୍ଯ୍ୟନ୍ତ ଭିଡିଓ ଅପଲୋଡ୍ କରିବା ନେଇ ଅନୁମତି ମିଳିଛି । ଏବେ ଏହା ଲାଗୁ ହୋଇଛି । ୟୁଟ୍ୟୁବ୍ ସର୍ଟ୍ସରେ ବର୍ତ୍ତମାନ ୩ ମିନିଟ୍ ପର୍ଯ୍ୟନ୍ତ ଭିଡିଓ ଅପଲୋଡ୍ କରି ପାରିବେ । ପ୍ରଥମେ କେବଳ ୧ ମିନିଟ୍ ପର୍ଯ୍ୟନ୍ତ ଭିଡିଓ ଅପଲୋଡ୍ କରିପାରୁଥିବା ବେଳେ ଏବେ ସମୟ ସୀମା ବୃଦ୍ଧି କରାଯାଇଛି ।

ତେବେ ୟୁଟ୍ୟୁବ୍ କହିଛି, ଲୋକଙ୍କ ଚାହିଦା ଅନୁଯାୟୀ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଯାହା ଫଳରେ ଭିଡିଓ କରୁଥିବା ବ୍ୟକ୍ତି ବିଶେଷ (କ୍ରିଏଟର) ସେମାନଙ୍କ କାହାଣୀକୁ ଭଲ ଭାବେ ଉପସ୍ଥାପନ କରି ପାରିବେ । ୟୁଟ୍ୟୁବ୍ ସର୍ଟସ୍ ପ୍ଲେୟାରକୁ ଅପଡେଟ୍ କରିଛି, ଏହାଦ୍ୱାରା ଭିଡିଓ ଦେଖିବାକୁ ଖୁବ୍ ଭଲ ଲାଗିବ । ଏବେ କ୍ରିଏଟରଙ୍କ ଭିଡିଓ ଭଲ ଭାବେ ଦେଖାଯିବା ସହ ଦର୍ଶକଙ୍କ ପାଇଁ ଭିଡିଓ ପ୍ରତି ଧ୍ୟାନ ଦେବା ସହଜ ହେବ । ୟୁଟ୍ୟୁବ୍ ବ୍ୟବହାରକାରୀମାନେ ବର୍ତ୍ତମାନ ଯେକୌଣସି କ୍ଷୁଦ୍ର ଭିଡିଓକୁ ରିମିକ୍ସ କରିପାରିବେ । ଏଥିପାଇଁ ଆପଣଙ୍କୁ ସେହି ଭିଡିଓରେ ରିମିକ୍ସ ଉପରେ କ୍ଲିକ୍ କରିବାକୁ ପଡିବ । ଆପଣ ସେହି ଭିଡିଓ ବ୍ୟବହାର କରି ଏକ ନୂତନ ଭିଡିଓ ସୃଷ୍ଟି କରିପାରିବେ ଏବଂ ଏଥିରେ ଆପଣଙ୍କର ସଙ୍ଗୀତ କିମ୍ବା ଆପଣଙ୍କ ସ୍ୱର ଯୋଡିପାରିବେ ।

ୟୁଟ୍ୟୁବ୍ କହିଛି ,ଶୀଘ୍ର ସର୍ଟସ୍ କ୍ୟାମେରା ସହିତ ୟୁଟ୍ୟୁବରେ ଭିଡିଓର ଛୋଟ ଅଂଶଗୁଡିକୁ ନେଇପାରିବେ । ଏହା ସହିତ ନିଜର ପ୍ରିୟ ଭିଡିଓ କିମ୍ବା ମ୍ୟୁଜିକ୍ ଭିଡିଓରୁ କିଛି ଅଂଶ ନେଇ ନିଜର ନୂତନ ଭିଡିଓ କରିପାରିବ । ୟୁଟ୍ୟୁବରେ ଉପଲବ୍ଧ ଥିବା ଅନେକ ଭିଡିଓ ସହ ମଧ୍ୟ ଏହା କରିପାରିବେ । ୟୁଟ୍ୟୁବ୍ କହିଛି ବର୍ତ୍ତମାନ ଭିଡିଓରେ ଭିନ୍ନ ଭିନ୍ନ ଭିଡିଓ କ୍ଲିପ୍ ଯୋଡି ପାରିବେ ।

Get real time updates directly on you device, subscribe now.