fbpx

(Video) ଭ୍ୟୁଜ୍ ବଢ଼ାଇବାର ଏ କି ତରିକା? ଟ୍ରେନ୍ ଲାଇନ୍ ଉପରେ ପଥର ଖଣ୍ଡ, ଗ୍ୟାସ ସିଲିଣ୍ଡର ରଖି ଶୁଟିଂ କରୁଥିଲେ ୟୁଟ୍ୟୁବର, ଶେଷରେ ନାମ ନେଲେ

ନୂଆଦିଲ୍ଲୀ: ଆଜିକାଲିର ସୋସିଆଲ ମିଡ଼ିଆ ଜମାନାରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଜଣେ ଜଣେ ୟୁଟ୍ୟୁବର । ୟୁଟ୍ୟୁବରରେ ଭିଡିଓ କରି ଅନେକ ଯୁବକ, ଯୁବତୀ ରାତାରାତି ପ୍ରସିଦ୍ଧି ଅର୍ଜନ କରିବା ସହ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଆୟ କରୁଥିବାର ଦେଖିବାକୁ ମିଳୁଛି । ତେବେ ଅନେକ ଛୋଟ ୟୁଟ୍ୟୁବର ଅଳ୍ପ ଦିନରେ ଅଧିକ ଅର୍ଥ ଉପାର୍ଜନ କରିବା ଲକ୍ଷ୍ୟରେ ଖରାପ ତରିକା ଆପଣାଇଥାନ୍ତି । ଏଥିପାଇଁ ଅନେକଙ୍କର ଜୀବନ ଚାଲିଯିବା ସହିତ ଅନେକ ପୋଲିସ ଦ୍ୱାରା ଗିରଫ ମଧ୍ୟ ହୋଇଥାନ୍ତି ।

ତେବେ ଏହା ମଧ୍ୟରେ ଜଣେ ୟୁଟ୍ୟୁବର ନିଜର ଚ୍ୟାନେଲର ଭ୍ୟୁଜ୍ ବଢ଼ାଇବା ପାଇଁ କିଛି ଖରାପ ରାସ୍ତା ଆପଣାଇଥିଲେ, ଯାହାକି ତାଙ୍କୁ ବଡ଼ ମହଙ୍ଗା ପଡ଼ିଥିଲା । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଯୁବକ ଜଣଙ୍କ ଟ୍ରେନ ଆସିବା ପୂର୍ବରୁ ଟ୍ରେନ୍ ଲାଇନ ଉପରେ ଏକାଧିକ ପଥର ଖଣ୍ଡ, ଗ୍ୟାସ ସିଲିଣ୍ଡର ଓ ଗୋଡ଼ ବନ୍ଧାଯାଇଥିବା ପକ୍ଷୀକୁ ରଖୁଥିବାର ଦେଖାଯାଇଥିଲା । ନିଜର ଭିଡିଓର ଭ୍ୟୁଜ ବଢ଼ାଇବା ପାଇଁ ଏହି ଯୁବକ ଜଣଙ୍କ ହଜାର ହଜାର ଲୋକଙ୍କର ଜୀବନ ସହ ଖେଳୁଥିଲେ । ଯୁବକଙ୍କର ଏହି ହରକତ ପାଇଁ ଅଯଥାରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣାର ହେବାର ଆଶଙ୍କା ରହିଥଲା ।

ଖବର ମୁତାବକ, ଏହି ଘଟଣାଟି ଉତ୍ତରପ୍ରଦେଶର ପ୍ରୟାଗରାଜର ଲାଲଗୋପାଲଗଞ୍ଜ ଅଞ୍ଚଳର । ନିଜର ଟ୍ୟାଲେଣ୍ଟକୁ ଉପଯୋଗ କରି ଆଗକୁ ବଢ଼ିବାକୁ କାହାକୁ ମନା ନାହିଁ । ମାତ୍ର ଆଗକୁ ବଢ଼ିବା ପାଇଁ ଯୁବକ ଜଣଙ୍କ ଯେଉଁ ତରିକା ଆପଣାଇଥିଲେ ତାହା ଆଇନ ବିରୋଧୀ ଥିଲା । ସେହି ହରକତ ପାଇଁ ପାଇଁ ଅନେକ ଲୋକଙ୍କର ଜୀବନ ହାନୀର ଆଶଙ୍କା ରହିଥିଲା । ଯୁବକଙ୍କର ବୟସ ୨୪ ଓ ସେ ଦଶମ ପାସ୍ କରିଥିବା ଜଣାପଡ଼ିଛି । ଏହି ଭିଡିଓକୁ ସେ ଗତ ଏପ୍ରିଲ ମାସରେ ପୋଷ୍ଟ କରିଥିଲେ । ଏହି ହରକତ ପାଇଁ ରେଲୱେ ପୋଲିସ ପକ୍ଷରୁ ଯୁବକଙ୍କୁ ଗିରଫ କରାଯିବା ସହ ତାଙ୍କ ନାମରେ ଏଫଆଇଆର ଦାୟର କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.