fbpx

ୟୁଟ୍ୟୁବର ଗୌରବ ତନେଜାଙ୍କୁ ଗିରଫ କଲା ପୋଲିସ, ଜାଣନ୍ତୁ କ’ଣ ଏହି ମାମଲା

ନୂଆଦିଲ୍ଲୀ: ଲୋକପ୍ରିୟ ୟୁଟ୍ୟୁବର ଗୌରବ ତନେଜାଙ୍କୁ ନିଜ ପ୍ରଶଂସକଙ୍କ ସହ ଜନ୍ମଦିନ ପାଳନ କରିବା ମହଙ୍ଗା ପଡ଼ିଛି, ଆଉ ଏବେ ତାଙ୍କୁ ପୋଲିସ୍ ଗିରଫ କରିଛି । ଗୌରବ ତନେଜା ଶନିବାର ନୋଏଡା ସେକ୍ଟ ୫୨ ରେ ମେଟ୍ରୋ ଷ୍ଟେସନରେ ଜନ୍ମଦିନ ପାଳନ କରିବାକୁ ପହଞ୍ଚିଥିଲେ, ଯାହାର ସୂଚନା ସେ ସୋସିଆଲ ମିଡିଆରେ ଦେଇଥିଲେ । ଆଉ ତାଙ୍କର ଫ୍ୟାନମାନେ ସେଠାରେ ପହଞ୍ଚିଯାଇଥିଲେ ତାଙ୍କର ଜନ୍ମଦିନ ପାଳନ କରିବାକୁ ଫଳରେ ସେଠାରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲ, ଯେଉଁଥିପାଇଁ ଅନ୍ୟମାନଙ୍କ ସହ ମେଟ୍ରୋ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପ୍ରଥମେ ଗୌରବ ତନେଜାଙ୍କୁ ପୋଲିସ ହେପାଜତରେ ରଖିଥିଲା ଏବଂ ପରେ ଗିରଫ କରିଥିଲା।

ପ୍ରକୃତରେ ଗୌରବ ତାଙ୍କର ଫ୍ୟାନଙ୍କୁ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ ଯେ ସେ ନୋଏଡା ମେଟ୍ରୋ ଷ୍ଟେସନରେ ତାଙ୍କ ଜନ୍ମଦିନ ପାଳନ କରିବେ  । ଗୌରବଙ୍କ ପୋଷ୍ଟ ଯୋଗୁଁ ସେଠାରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା  । ଯେହେତୁ ଏହି ଅଞ୍ଚଳରେ ଧାରା ୧୪୪ ବଳବତ୍ତର ଥିଲା, ଏପରି ପରିସ୍ଥିତିରେ, ସୂଚନା ପରେ ତୁରନ୍ତ, ସେକ୍ଟର ୪୯ ର ଷ୍ଟେସନ ଦାୟିତ୍ୱରେ ଥିବା ଷ୍ଟେସନ ତାଙ୍କ ସମଗ୍ର ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି କୌଣସି ପ୍ରକାରେ ଲୋକଙ୍କୁ ଶାନ୍ତ କରିବା ସହ ଗୌରବଙ୍କୁ ଗିରଫ କରିଥିଲେ ।

ଗୌରବଙ୍କ ଉପରେ ବିନା ଅନୁମତିରେ ବହୁ ସଂଖ୍ୟାରେ ଲୋକଙ୍କୁ ଉତ୍ସବରେ ଏକାଠି କରିବା ନେଇ ଅଭିଯୋଗ ରହିଛି । ଗୌରବଙ୍କୁ ଧାରା ୧୪୪ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଧାରା ୩୪୧ ଏବଂ ୧୮୮ ଅନୁଯାୟୀ ଗୌରବ ତନେଜାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। କୁହାଯାଉଛି ଯେ ଶୀଘ୍ର ଜାମିନ ପାଇପାରନ୍ତି। ସେକ୍ଟର ୪୯ ଥାନା ପୋଲିସ ତାଙ୍କୁ ଗିରଫ କରିଛି । ଗୌରବଙ୍କର ଫ୍ଲାଇଙ୍ଗ ବିଷ୍ଟ ନାମରେ ଏକ ସୋସିଆଲ ମିଡିଆ ଆକାଉଣ୍ଟ ଅଛି  ।

Get real time updates directly on you device, subscribe now.