fbpx

ଚକ୍ରବ୍ୟୁହର ଶିକାର ହୋଇଥିଲେ ଯୁବରାଜ: ୬ ବଲରେ ୬ ଛକା ମାରିବା ପରେ କକ୍ଷଣ ହୋଇଥିଲା ତାଙ୍କ ସହ?

ନୂଆଦିଲ୍ଲୀ: ୨୦୦୭ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ଯୁବରାଜଙ୍କ ପାଳି ଆଜି ବି ସମସ୍ତଙ୍କର ମେନେ ଅଛି । କିନ୍ତୁ ଏହା ପରେ ଯୁବରାଜଙ୍କ ସହ ଘଟିଥିବା ଘଟଣା ହୁଏତ କେହି ଜାଣି ନଥିବେ । ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଯୁବରାଜ ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ ୬ଟି ଛକା ମାରିଥିଲେ । ଏହାପରେ ତାଙ୍କୁ ଏକ ବଡ ଚକ୍ରବ୍ୟୁହର ସାମନା କରିବାକୁ ପଡିଥିଲା । ଯାହା ତାଙ୍କ କ୍ରିକେଟ କ୍ୟାରିୟର ଉପରେ ମଧ୍ୟ ବିପଦ ସୃଷ୍ଟି କରିଥିଲା । ଆସନ୍ତୁ ଜାଣିବା ଏହି ଘଟଣା ଉପରେ ।

ଇଂଲଣ୍ଡ ବିପକ୍ଷରେ ଧୂଆଁଧାର ଇନିଂସ ଖେଳିଥିଲେ ଟିମ ଇଣ୍ଡିଆର ସିକ୍ସର କିଙ୍ଗ ଯୁବରାଜ ସିଂହ । ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ ୬ଟି ଛକା ମାରିଥିଲେ । କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଖେଳାଳି ଏହି ରେକର୍ଡ ସ୍ଥାପନ କରିଥିଲେ । ଏହାପରେ ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲରେ ମଧ୍ୟ ସେ ଦମଦାର ପ୍ରଦର୍ଶନ ଜାରି ରଖିଥିଲେ । ୩୦ ବଲରୁ ୫ଟି ଲେଖାଏଁ ଚୌକା ଏବଂ ଛକା ସହ ବିସ୍ପୋରକ ଭାବରେ ୭୦ ରନ କରିଥିଲେ ଯୁବରାଜ । ତେବେ ଲଗାତାର ୨ଟି ପାଳିରେ ଯୁବରାଜଙ୍କ ବିସ୍ଫୋରକ ବ୍ୟାଟିଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ଯାହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଅଷ୍ଟ୍ରେଲିଆ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବା ପରେ ଯୁବରାଜଙ୍କୁ ନେଇ ଏକ ବଡ ବିବାଦ ଆରମ୍ଭ କରିଥିଲା । ଏହି ମ୍ୟାଚ ପରେ ଯୁବରାଜ ଖାଉଥିବା ବେଳେ ଅଷ୍ଟ୍ରେଲିଆ କୋଚ ଯୁବରାଜଙ୍କୁ ପଚାରିଥିଲେ ଯେ ତୁମ ବ୍ୟାଟରେ ଫାଇବର ଲାଗି ନାହିିଁ ତ? ଏଭଳି ବ୍ୟାଟ ବ୍ୟବହାର କରିବା କ’ଣ ନିୟମ? ତେବେ ଯୁବରାଜ ଏହାର ଉତ୍ତରରେ କହିଥିଲେ ଯେ, ଆପଣ ଚାହିଁଲେ ଏହାର ଯାଞ୍ଚ କରାଇପାରନ୍ତି ।

ଏହା ପରଦିନ ଯୁବରାଜ ଯେତେବେ ସ୍ୱିମିଙ୍ଗ ପୁଲ ନିକଟକୁ ଯାଉଥିଲେ, ଅଷ୍ଟ୍ରେଲିଆ ଅଧିନାୟକ ଆଡମ୍ ଗିଲକ୍ରିଷ୍ଟ ସେଠାରେ ଉପସ୍ଥିତ ଥିଲେ । ଯୁବରାଜଙ୍କୁ ଦେଖି ସେ କହିଥିଲେ ଯେ, ଯୁବରାଜ ସିଂହ ଦ ବିଗେଷ୍ଟ ହିଟର ଇନ ମେକ୍ସିକୋ । ଏହାପରେ ଗିଲକ୍ରିଷ୍ଟ ଯୁବରାଜଙ୍କୁ ବ୍ୟାଟ କିଏ ପ୍ରସ୍ତୁତ କରୁଛି ବୋଲି ପ୍ରଶ୍ନ କରିଥିଲେ । ତେବେ ଯୁବରାଜ କହିଥିଲେ ଯେ, ବ୍ୟାଟରେ ହିରୋ ହୋଣ୍ଡାର ଷ୍ଟିକର ଲାଗିଥିଲେ ବି ଏହାକୁ ଏସଏସ କମ୍ପାନୀ ପ୍ରସ୍ତୁତ କରୁଛି । ତେବେ ଏହି ବିବାଦ ଜୋର ଧରିବା ପରେ ମ୍ୟାଚ ରେଫରୀ ଯୁବରାଜଙ୍କ ପାଖକୁ ଆସିଥିଲେ ଏବଂ ତାଙ୍କ ବ୍ୟାଟ ଯାଞ୍ଚ ମଧ୍ୟ କରିଥିଲେ । ତେବେ ଏହାପରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ଚାଲ୍ ଫେଲ ମାରିଥିଲା ।

Get real time updates directly on you device, subscribe now.