ଯୁଦ୍ଧ ମଝିରେ ବଡ ବୟାନ: ସମସ୍ୟାର ସମାଧାନର ବାଟ ଦେଖାଇଲେ ୟୁକ୍ରେନ ରାଷ୍ଟ୍ରପତି, ମାନିବେ କି ପୁତିନ?

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ମଝିରେ ଏକ ବଡ ବୟାନ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଯୁଦ୍ଧ ବନ୍ଦ ହେବା ସହିତ ଏହି ସମସ୍ୟାର ସମାଧାନର ବାଟ ସେ ନିଜେ ବାହାର କରିଛନ୍ତି । ତେଣୁ ଋଷର ରାଷ୍ଟ୍ରପତିଙ୍କୁ ସେ ଏକ ପ୍ରସ୍ତାବ ଦେଇଛନ୍ତି । ଯାହାଦ୍ୱାରା ଉଭୟ ଦେଶରେ ଥିବା ତିକ୍ତତା ଦୂର ହୋଇ ପାରିବ ।
ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ସେ ସିଧାସଳଖ ଆଲୋଚନା କରିବା ପାଇଁ ଆହ୍ୱାନ ଦେଇଛନ୍ତି । ପୁତିନ ଯଦି ସିଧାସଳଖ ଭାବେ ଆଲୋଚନା କରନ୍ତି, ତେବେ ଏ ସମସ୍ତ ସମସ୍ୟା ସମାଧାନ ହୋଇ ପାରିବ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଆଲୋଚନା ହିଁ ଏହି ଯୁଦ୍ଧର ଏକମାତ୍ର ରାସ୍ତା ବୋଲି ସେ ମତପ୍ରକାଶ କରିଛନ୍ତି । ତେବେ ପୁତିନ ଏହି ପ୍ରସ୍ତାବକୁ ଗ୍ରହର କରିବେ କି ନାହିଁ, ସେ ନେଇ ପ୍ରଶ୍ନ ଉଠିଛି । ତେବେ ଯଦି ଏହା ହୁଏ ତେବେ ଏହି ଯୁଦ୍ଧ ଖୁବ ଶୀଘ୍ର ବନ୍ଦ ହୋଇ ପାରିବ ବୋଲି ଆଶା କରାଯାଉଛି ।
ପ୍ରଥମ ପର୍ଯ୍ୟାୟ ଆଲୋଚନା ପରେ ରୁଷ ୟୁକ୍ରେନର କିଭ୍ ଓ ଖାରକିଭ ସହର ଉପରେ ହମଲା କରିଦେଇଥିଲା । ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ୟୁରୋପୀୟ ସଂଘରେ ସାମିଲ ହେବା ପାଇଁ ଆବେଦନ କରିଥିବା ଜଣାପଡ଼ିଛି । ରୁଷ୍ ରାଷ୍ଟ୍ରପତି ଭ୍ଲାଡିମିନ ପୁଟିନ ଏହି ଘଟଣାର ସମାଧାନ ପାଇଁ ୩ଟି ସର୍ତ୍ତ ରଖିଛନ୍ତି । ରିପୋର୍ଟ ମୁତାବକ, ଦୁଇ ଦେଶ ମଧ୍ୟରେ ପରବର୍ତ୍ତୀ ବୈଠକ ବେଲାରୁସ-ପୋଲାଣ୍ଡ ବର୍ଡରରେ ଅନୁଷ୍ଠିତ ହେବ ।