fbpx

ଓଡ଼େଶାକୁ ଟାର୍ଗେଟ କରୁଛନ୍ତି ଋଷୀୟ ସେନା: ସୁରକ୍ଷା ପାଇଁ ଆମେରିକାକୁ ଅନୁରୋଧ କଲେ ଜେଲେନ୍ସକି

ନୂଆଦିଲ୍ଳୀ: ଇତି ମଧ୍ୟରେ ଏକାଦଶ ଦିନରେ ପହଞ୍ଚିଛି ଋଷିଆ ଓ ୟୁକ୍ରେନ ଯୁଦ୍ଧ । ଏହାରି ମଧ୍ୟରେ ଆଉ ଏକ ପ୍ରେସ୍ ମିଟ୍ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନ୍ସକି । ୟୁକ୍ରେନର ବନ୍ଦର ସହର ଓଡ଼େଶା ଋଷର ଟାର୍ଗେଟରେ ରହିଛି । ଏହି ସହରରେ ଋଷୀୟ ସେନା ମାନେ ବୋମାମାଡ କରିବାର ଯୋଜନାରେ ଅଛନ୍ତି । ରବିବାର ଜେଲେନ୍ସକି ଏଭଳି କହିବା ସହିତ ଆମେରିକୀୟ ସିନେଟରଙ୍କ ଠାରୁ ସୁରକ୍ଷା ଲୋଡିଛନ୍ତି । ଏହା ମଧ୍ୟରେ ଆମେରିକା ଏବଂ ବ୍ରିଟେନ ମଧ୍ୟ ନିଜ ନାଗରିକଙ୍କୁ ଋଷିଆ ଛାଡିବା ପାଇଁ ଆଡଭାଇଜରୀ ଜାରି କରିଛନ୍ତି ।

ତେବେ ଏହାରି ମଧ୍ୟରେ ଭାରତୀୟ ଛାତ୍ରଙ୍କ ଉଦ୍ଧାରକୁ ଏକ ବଡ ଉପଲବ୍ଧି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଶ୍ୱର ବଡ ବଡ ରାଷ୍ଟ୍ର ମାନେ ନିଜର ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିବା ବେଳେ ଭାରତ ନିଜର ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ନେଇଛି । ଅପରେସନ ଗଙ୍ଗାରେ ଭାରତର ୨୦ ହଜାର ଛାତ୍ରଛାତ୍ରୀ ଉଦ୍ଧାର ହୋଇ ଭାରତକୁ ଫେରିଛନ୍ତି ।

Get real time updates directly on you device, subscribe now.