fbpx

ଜିରୋ ନାଇଟ୍ ସେଲିବ୍ରେସନକୁ ନେଇ ଅସିଲା ନୂଆ ଗାଇଡ଼ଲାଇନ୍‌

Advertisement

ଭୁବନେଶ୍ୱର: ଆସୁଛି ନୂଆବର୍ଷ । ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ହୋଟେଲ, କ୍ଲବ୍ ଏବଂ ରେଷ୍ଟୁରାଣ୍ଟରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ତେବେ ରାଜଧାନୀରେ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଲୋକଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଆଜି କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସାଧାରଣତଃ ଜିରୋ ନାଇଟ୍ ସେଲିବ୍ରେସନ ସମୟରେ ହୋଟେଲ, କ୍ଲବ୍ ଓ ବାରରେ ଭିଡ଼ ଜମିଥାଏ । ମଦ୍ୟପାନ ତଥା ଅନ୍ୟାନ୍ୟ ନିଶା କାରଣରୁ ହେଉଥିବା ଅଘଟଣରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ବୈଠକରେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଜିରୋ ନାଇଟ୍ ପାଇଁ ହୋଟେଲ, କ୍ଲବ୍ ଓ ବାରରେ ସମୟ ସୀମା ଦିନ ୧୨ରୁ ରାତି ୧୨ଟା ରହିଛି । ତେବେ ବିଶେଷ ଅନୁମତି ନେଇ ରାତି ୧ଟା ୩୦ ପର୍ଯ୍ୟନ୍ତ ପାର୍ଟି ପାଇଁ ଅନୁମତି ମିିଳିପାରିବ । ଏହା ବ୍ୟତୀତ ଯେମିତି କେହି ମଦ୍ୟପାନ କରି ଗାଡ଼ ନଚଲାନ୍ତି ସେନେଇ ପେମେଣ୍ଟ ବେସିସରେ ଅଧିକ ଡ୍ରାଇଭର ରଖିବା ଏବଂ ନିଶା ଦ୍ରବ୍ୟର ବ୍ୟବହାର ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆମ୍ବୁଲାନ. ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥାକୁ କୁ କଡ଼ାକଡ଼ି କରାଯାଇଛି । ଏହା ସହ ରାସ୍ତାରେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

Get real time updates directly on you device, subscribe now.