fbpx

ଘୋଷଣା ହେଲେ ଜିଲ୍ଲା ପରିଷଦ ସଭାପତି, ଜାଣନ୍ତୁ କେଉଁ ଜିଲ୍ଲାରୁ କିଏ ହୋଇଛନ୍ତି ନିର୍ବାଚିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ୩୦ଟି ଜିଲ୍ଲାର ଜିଲ୍ଲା ପରିଷଦ ଗଠନ ପାଇଁ ନିର୍ବାଚନ ଚାଲିଛି । ୮୫୨ ଜିଲ୍ଲା ପରିଷଦ ଜୋନରୁ ବିଜେଡି କବଜାରେ ରହିଛି ୭୬୬ଟି ଜୋନ୍ । ବିଜେଡି ଦଳ ୩୦ଟି ଜିଲ୍ଳା ପରିଷଦରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ନିର୍ବାଚନରେ ସବୁ ଅଧ୍ୟକ୍ଷ ପଦ ବିଜେଡିକୁ ଯିବା ଏକ ପ୍ରକାର ସ୍ପଷ୍ଟ ବୋଲି ଅନୁମାନ କରାଯାଉଛି । ତେବେ ଏଥିପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।

ତେବେ ଏହାରି ମଧ୍ୟରେ ଯାଜପୁର ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି । ତେବେ ଯାଜପୁରରୁ ବିଜେଡି ଦଳର ନଳିନୀପ୍ରଭା ଜେନାଙ୍କୁ ସଭାପତି ଭାବରେ ନିର୍ବାଚିତ କରାଯାଇଛି । ବଲାଙ୍ଗିର ଜିଲ୍ଲାରୁ ଦେବକୀ ସାହୁ(ବିଜେଡି), ନବରଙ୍ଗପୁରରୁ ମୋତିରାମ ନାୟକ(ବିଜେଡି), ବାଲେଶ୍ୱରରୁ ନାରାୟଣ ପ୍ରଧାନ(ବିଜେଡି), ଦେବଗଡ଼ର କୌଶିକ କୁମାର ପ୍ରଧାନ(ବିଜେଡି), ନୂଆପଡ଼ାର ଡଲି ମାଝୀ(ବିଜେଡି), ନୟାଗଡ଼ର ଦେବାଶିଷ ପଟ୍ଟନାୟକ(ବିଜେଡି)ଙ୍କୁ ନିର୍ବାଚିତ କରାଯାଇଛି ।

ସେହିପରି ଝାରସୁଗୁଡ଼ାରୁ ତୁଳାବତୀ ମିଞ୍ଜ୍(ବିଜେଡି), ମାଲକାନଗିରିର ସମାରୀ ଟାଙ୍ଗୁଲୁ(ବିଜେଡି), ସମ୍ବଲପୁରର କୁମୁଦିନୀ ନାୟକ(ବିଜେଡି), ସୁବର୍ଣ୍ଣପୁରର ସୁପାର ଠେଲା(ବିଜେଡି), ସୁନ୍ଦରଗଡ଼ର କୁନ୍ତୀ ପ୍ରଧାନ(ବିଜେଡି), ବରଗଡ଼ର ମାନିନୀ ଭୋଇ(ବିଜେଡି), ପୁରୀରୁ ସ୍ୱପ୍ନାରାଣୀ ସ୍ୱାଇଁ(ବିଜେଡି), ଖୋର୍ଦ୍ଧାରୁ ରୂପଶ୍ରୀରାଣୀ ଗୁମାନସିଂହ(ବିଜେଡି)ରୁ ନିର୍ବାଚିତ ହୋଇଛନ୍ତି ।

Get real time updates directly on you device, subscribe now.