fbpx

ବାଲେଶ୍ୱର: BJD ପ୍ରତିଷ୍ଠା ଦିବସ ଅବସରରେ ଜୋନ୍ ସ୍ତରୀୟ ରକ୍ତଦାନ ଶିବିର ଅନୁଷ୍ଠିତ

Advertisement

ବାଲେଶ୍ୱର: (ଓଡ଼ିଶା ଭାସ୍କର) ଆଜି ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଜନସେବାର ମନୋବୃତି ନେଇ ବାଲେଶ୍ଵର ଜୋନ ବିଜୁ ଯୁବ ଜନତା ଦଳ ପକ୍ଷରୁ ସୋମବାର ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ମିଳିତ ଆନୁକୂଲ୍ୟରେ ସହରର ସିଦ୍ଧି କଲ୍ୟାଣ ମଣ୍ଡପ ଠାରେ ଜୋନ୍ ସ୍ତରୀୟ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଉପସ୍ଥିତ ରହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଶିବିରରେ ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ବ୍ରିଟ ଅଧ୍ୟକ୍ଷ ଆଲୋକ ସାହୁ, ସଦର ବ୍ଲକ୍ ଅଧ୍ୟକ୍ଷା ସୁନିତା ବେହେରା, ବାଲେଶ୍ଵର ପୌରଧ୍ୟକ୍ଷା ସବିତା ସାହୁ, ବାଲେଶ୍ଵର ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ସଭାପତି ସୂର୍ଯ୍ୟକାନ୍ତ କର, ପୂର୍ବତନ ବ୍ରିଟ ଅଧ୍ୟକ୍ଷ ଗୌରୀ ରାଉତ, ଶିକ୍ଷାବିତ୍ ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥଲେ । ଶିବିରକୁ ବାଲେଶ୍ଵର ଜୋନ ବିଜୁ ଯୁବ ଜନତା ଦଳ ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ଜୟରାମ ଦାସ ପୌରୋହିତ୍ୟ କରିଥିବାବେଳେ ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ସଞ୍ଜୟ ସେଠୀ, ବାଲେଶ୍ଵର ପୌର ପରିଷଦ କାଉନସିଲର ଅମିତ୍ କୁମାର ନାୟକ, ଦେବାଶିଷ ସିଂ, ସଂଜିତ୍ ଦାସ, ରଞ୍ଜିତା ମହାପାତ୍ର ଶ୍ରମିକ ନେତା ଶାନ୍ତନୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Get real time updates directly on you device, subscribe now.