fbpx

ସୁସ୍ଥ ହେଲେ କରୋନା ରୋଗୀ

ଅହମ୍ମଦାବାଦ, ୨୯ା୩: କରୋନାରେ ଦିନକୁ ଦିନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦କୁ ବୃଦ୍ଧି ପାଇଛି । ଏହାସହ ଦେଶରେ ୨୭ଜଣଙ୍କର ମୃତ୍ୟୁ ହୋଇଛି । ଏହାରିମଧ୍ୟରେ ୩୪ବର୍ଷୀୟ ମହିଳା କରୋନାରେ ଆକ୍ରାନ୍ତ ଥିବା ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଅହମ୍ମଦାବାଦ ଏସଭିପି ମେଡ଼ିକାଲରୁ ସେ ଡିସଚାର୍ଜ ହୋଇଛନ୍ତି । ୧୦ଦିନର ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ସମ୍ପୃକ୍ତ ମହିଳା । ଏହାସହ ତାଙ୍କର ନମୁନା ଗତ ୨୪ଘଣ୍ଟାରେ ୨ଥର ପରୀକ୍ଷା କରାଯାଇଥିବାବେଳେ ସେହି ରିପୋର୍ଟ ନେଗେଟିଭ ଆସିିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.