NATIONALTOP STORIES

ଷ୍ଟେଜରୁ ଓହ୍ଲାଉଥିବା ବେଳେ ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା

ବିଜେପି ଉପରେ ଆଙ୍ଗୁଳି

ଫୁଲବାଣୀ, ୧୦ା୨ : ଷ୍ଟେଜ୍ ଉପରେ ଭାଷଣ ଦେଇ ଓହ୍ଲାଉଥିବା ସମୟରେ ଟିଏମସି ବିଧାୟକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଘଟଣାଟି ଘଟିଛି ପଶ୍ଚିମବଙ୍ଗର ଫୁଲବାଣୀ ସହରରେ । ମୃତକ ଜଣକ ହେଉଛନ୍ତିି ତୃଣମୂଳ କଂଗ୍ରେସ ନେତା ତଥା କୃଷ୍ଣଗଞ୍ଜ ବିଧାୟକ ସତ୍ୟଜିତ୍ ବିଶ୍ୱାଳ । ଫୁଲବାଣୀରେ ଆୟୋଜିତ ସରସ୍ୱତୀ ପୂଜା ସମାରୋହରେ ଯୋଗ ଦେଇଥିଲେ ସତ୍ୟଜିତ୍ । ଷ୍ଟେଜ୍ ଉପରୁ ନିଜର ଭାଷଣ ଦେଇ ଫେରୁଥିବା ସମୟରେ କେତେକ ଦୁବୃର୍ତ୍ତ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଗୁଳିକାଣ୍ଡରେ ଗୁରୁତର ଆହତ ହୋଇଥିବା ସତ୍ୟଜିତଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ହତ୍ୟାକାଣ୍ଡ ପଛରେ ବିଜେପିର ହାତ ଅଛି ବୋଲି ଅଭିଯୋଗ କରିଛନ୍ତି ଟିଏମସି ନେତା ତଥା ଜିଲ୍ଲା ସଭାପତି ଗୌରି ଶଙ୍କର ଦତ୍ତ । ତେବେ ପ୍ରକୃତ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ନିଜର ତଦନ୍ତ ଜାରୀ ରଖିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close