NATIONALNATIONAL NEWSNEWSTOP STORIES

ରାଫେଲ ପ୍ରସଙ୍ଗରେ ମୁହଁ ଖୋଲିଲେ ମୋଦି

ନୂଆଦିଲ୍ଲୀ,୩ା୩: ରାଫେଲ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲେ ମୋଦି । ଏନେଇ ସାମ୍ନାସାମ୍ନି ହୋଇଛନ୍ତି ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ମୋଦି କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ କଂଗ୍ରେସ ସରକାର ସମୟରେ ହିଁ ରାଫେଲକୁ ନେଇ ବିଳମ୍ବ ହୋଇଛି । ରାଜନୀତି ଓ ଦଳ ପାଇଁ ଦେଶ ବହୁ କ୍ଷୟକ୍ଷତି ଓ ଅସୁବିଧାର ସମ୍ମୁଖୀନ କରୁଛି । ୨୦୧୯ ଇଣ୍ଡିଆ ଟୁଡ଼େ କନକ୍ଲେଭରେ ଏହି ଭଳି ମତ ପ୍ରଦାନ କରିଛନ୍ତି ନରେନ୍ଦ୍ର ମୋଦି । ସେ ଆହୁରି କହିଛନ୍ତି ମତେ ଯେ ବିରୋଧ କରୁଛି କରୁ, ଆଉ ତାଙ୍କ ଯୋଜନାରୁ ମଧ୍ୟ ଭୁଲ ବାହାର କରନ୍ତୁ ମୁଁ ସବୁକୁ ସ୍ୱାଗତ କରୁଛି । କିନ୍ତୁ ସୁରକ୍ଷା ପାଇଁ ନିଆଯାଉଥିବା ସମସ୍ତ ପଦକ୍ଷେପକୁ କୌଣସି ରାଜନୀତି ନହେଉ ଓ ବିରୋଧ ମଧ୍ୟ କରାନଯାଉ । ମୋଦି କହିଛନ୍ତି ମତେ ବିରୋଧ କରିବା ଜିଦି ମସୁଦ ଅଜହର ଓ ହାଫିଜ ସୟିଦ ଭଳି ଆତଙ୍କବାଦୀ ସଂଗଠନକୁ ଯେପରି ମୌକା ଓ ସାହାସ ମିଳିନଯାଉ ବୋଲି କହି ଚେତାଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *