ODISHATOP STORIES

ପୂଜା ସାମଗ୍ରୀ ସହ ଶିଶୁର ମୃତଦେହ ଉଦ୍ଧାର, ବଳି ସନ୍ଦେହ

ଟିଟିଲାଗଡ,୧୫ ।୩(ଓଡିଶା ଭାସ୍କର): ଟଟିଲାଗଡ ବହିଦାରପଡାର ରେଳ ଲାଇନ ତଳେ ଏକ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି । ଶିଶୁର ମୃତଦେହ ପାଖରୁ ପୂଜା ସାମଗ୍ରୀ ଉଦ୍ଧାର କରାଯାଇଥିବାରୁ ସ୍ଥାନୀୟ ଲୋକେ ଆତଙ୍କୀତ ହୋଇପଡିଛନ୍ତି । । ମାଟି କଳସ, ନଡ଼ିଆ,ଦୀପ ,ନୂଆ ଗାମୁଛା, ଫୁଲ,ଅରୁଆ ଚାଉଳ, ଦର୍ପଣ,ସିନ୍ଦୁର ଆଦି ପୂଜା ସାମଗ୍ରୀ ସେଠାରେ ଦେଖାଯାଇଛି । ସେଠାରେ ମଧ୍ୟ ହୋମ କରାଯାଇଛି । ଏସବୁ ଦେଖି ଶିଶୁକୁ ବଳି ଦିଆଯାଇଥିବା ସନ୍ଦେହ କରିଛନ୍ତି ସ୍ଥାନୀୟ ଲୋକେ । ମୃତ ଦେହଟି ପ୍ରାୟ ଚାରି ପାଞ୍ଚ ଦିନ ତଳର ବୋଲି ଅନୁମାନ କରାଯାଉଛି ।

ସ୍ଥାନୀୟ ଲୋକେ ରେଳ ଲାଇନ ତଳେ ଏକ ପୋଲ ତଳେ ନବଜାତ ଶିଶୁଟିର ଶବ ଘୋଡାଯାଇଥିବା ଦେଖିବାକୁ ପାଇଥିଲେ । ଖବର ପାଇ ବଲାଙ୍ଗିର ଜିଆରପି ଥାନା ଅଧିକାରୀ ଦୂର୍ଗା ଚରଣ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଶିଶୁଟିର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ମୃତ୍ୟୁର କାରଣ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ପୋଲିସ କହିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close