fbpx

ରାଜ୍ୟରେ ସୁସ୍ଥ ହେଲେ ଆଉ ୨କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨୭ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୨କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ଦୁଇଜଣ ଭୁବନେଶ୍ୱରର ବୋଲି ଜଣାପଡ଼ିଛି । ଏହାସହ ଓଡ଼ିଶାରେ ଚିକିତ୍ସା ପରେ ୩୭ଜଣ କେରାନା ରୋଗୀ ସୁସ୍ଥ ହୋଇସାରିଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ରାଜ୍ୟରେ ୧୦୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୭ଜଣ ସୁସ୍ଥ ହେବା ସହ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୭୦ଜଣ କରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି ।

Get real time updates directly on you device, subscribe now.