INTERNATIONAL NEWSNEWSTOP STORIES

ଟ୍ରାନ୍ସଜେଣ୍ଡର ପୁରୁଷ ଔରସରୁ ଜନ୍ମହେଲା ଶିଶୁ

ଟେକ୍ସାସ୍,୧୫ ।୩: ଟ୍ରାନ୍ସଜେଣ୍ଡର ପୁରୁଷ ଔରସରୁ ଜନ୍ମ ହେଲା ଶିଶୁ । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଘଟଣାଟି ଘଟିଛି ଆମେରିକାର ଟେକ୍ସାସ ସହରରେ । ସେହି ବ୍ୟକ୍ତିଙ୍କ ନାମ ଭାୟଲି ସିମ୍ପସନ ହୋଇଥିବା ବେଳେ ଏହା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଚ ଥିଲା ବୋଲି ସେ କହିଛନ୍ତି ।

ପୁରୁଷରୁ ସ୍ତ୍ରୀ ହେବା ପ୍ରକ୍ରିୟାରେ ତାଙ୍କୁ ବହୁତ ଅଶ୍ଳୀଳ କମେଣ୍ଟ ଶୁଣିବାକୁ ପଡିଥିଲା । ସେପ୍ଟେମ୍ବର ୨୦୧୮ରେ ଭାୟଲି ସିଜରିଆନ ପ୍ରକ୍ରିୟାରେ ଏକ ଶିଶୁ ଜନ୍ମ କରିଥିଲେ, ଯାହାର ନାମ ରୋଭନ । ବର୍ତ୍ତମାନ ଶିଶୁଟିକୁ ୬ ମାସ ହୋଇଥିବା ବେଳେ ଭାୟଲି ପିଲାଜନ୍ମ କରିପାରୁଥିବାରୁ ବହୁତ ଖୁସିରେ ଅଛନ୍ତି ।

ଯାଞ୍ଚ ପରେ ପ୍ରେଗନେଣ୍ଟ ଥିବା ଜାଣି ପ୍ରଥମେ ଭାୟଲି ଆଶ୍ଚର୍ଯ୍ୟ ହୋଇପଡିଥିଲେ । କାରଣ ଟ୍ରାନ୍ସଜେଣ୍ଡର ସମୟରେ ଭାୟଲି କେବେବି ମା’ ହୋଇପାରିବେନି ବୋଲି ଡାକ୍ତର କହିଥିଲେ । କିନ୍ତୁ ଟେଷ୍ଟୋଷ୍ଟେରାନ ଥେରାପ ପରେ ଯେତେବେଳେ ଫେବ୍ରୁୟାରୀ ୨୦୧୮ରେ ଗର୍ଭ ରହିଲା ସେ ଆଶ୍ଚର୍ଯ୍ୟ ହୋଇପଡିଥିଲେ । ଗର୍ଭବତୀ ହେବା ପରେ ଭାୟଲିଙ୍କୁ ଅନେକ ତାନା ଶୁଣିବାକୁ ମିଳିଥିଲା । କେତେକ ଲୋକେ କହିଥିଲେ କି, ତୁମେ କେବେ ପୁରୁଷ ହୋଇପାରିବ ନାହିଁ, କାରଣ ପୁରୁଷ କେବେ ବି ପିଲା ଜନ୍ମ କରନ୍ତି ନାହିଁ । ତେବେ ସବୁ ବାଧାବିଘ୍ନକୁ ସହି ଭାୟଲି ପିଲା ଜନ୍ମ କରି ବେଶ ଖୁସି ଅଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *