fbpx

ବିମାନ ଯାତ୍ରୀଙ୍କ ପାଇଁ ଜାରି ହେଲା ଗାଇଡ୍ ଲାଇନ୍

ନୂଆଦିଲ୍ଲୀ,୨୧ ।୫: ଦେଶରେ ମେ ୨୫ରୁ ଘରୋଇ ଉଡାଣ ପାଇଁ ଗାଇଡ୍ ଲାଇନ୍ ଜାରି କରିଛନ୍ତି ସରକାର । ଭାରତୀୟ ବିମାନପତ୍ତନ ପ୍ରାଧିକରଣ ବା ଏଏଆଇ ଦ୍ୱାରା ଏସଓପି ଜାରି କରାଯାଇଛି । ସବୁ ଯାତ୍ରୀଙ୍କୁ ଏସଓପି ଅନୁସାରେ ନିଜ ମୋବାଇଲରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବାକୁ ପଡିବ । ଏହା ସହ ବିମାନବନ୍ଦରରେ ୨ ଘଣ୍ଟା ପୂର୍ବରୁ ଯାତ୍ରୀ ପହଞ୍ଚିବେ । ଯାତ୍ରୀଙ୍କ ପାଇଁ ମାସ୍କ ଓ ଗ୍ଲୋଭସ୍ ପିନ୍ଧିବା ବାଧ୍ୟତାମୂଳକ । ୧୪ ବର୍ଷରୁ କମ୍ ବୟସ ପିଲାଙ୍କ ପାଇଁ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବା ଆବଶ୍ୟକ ନାହିଁ । ବିମାନ ବନ୍ଦର ନିକଟରେ ପରିବହନ ବ୍ୟବସ୍ଥା ଉପଲବ୍ଧ ରହିବ । ଏହାକୁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ନିଶ୍ଚିତ କରିବେ । ସାମାଜିକ ଦୂରତ୍ୱକୁ ନଜରରେ ରଖି ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା କରାଯିବ । ଟର୍ମିନାଲରେ ପ୍ରବେଶ ପୂର୍ବରୁ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ ।

Get real time updates directly on you device, subscribe now.