fbpx

ଟ୍ରାନ୍ସଫର୍ମ ଉପରକୁ କାହିଁକି ଚଢିଥିଲେ ୭ ବର୍ଷର ବାଳକ? କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ଯାଜପୁର ଜିଲ୍ଲା କୋରେଇ ବ୍ଳକ ରଗଡି ଛକ ନିକଟରେ ଗତକାଲି ସନ୍ଧ୍ୟାରେ ଘଟିଥିଲା ଏକ ଆଶ୍ଚର୍ଯ୍ୟଜନକ ଘଟଣା । ସେଠାରେ ଥିବା ଏକ ଟ୍ରାନ୍ସଫର୍ମରେ ୭ ବର୍ଷର ବାଳକ ଚଢିଯାଇଥିବା ଦେଖି ଲୋକେ ଛାନିଆ ହୋଇଥିଲେ । ସମସ୍ତେ ଚାହିଁରହିଥିଲେ ଉପରକୁ । ବାଳକଟି କିପରି ଏହି ବିପଦପୂର୍ଣ୍ଣ ସ୍ଥାନକୁ ପହଞ୍ଚିଲା, ସେନେଇ ସମସ୍ତଙ୍କ ଚିନ୍ତାରେ ପଡିଥିଲେ । ଏଭଳି ଲୋମ ଟାଙ୍ଗୁରା ଦୃଶ୍ୟ ଦେଖିବା ପରେ ଲୋକମାନେ ଶିଶୁଟିକୁ ତଳକୁ ଓହ୍ଲାଇବାକୁ କହିଥିଲେ । ଶିଶୁକୁ ଏଭଳି ଅବସ୍ଥାରେ ଦେଖି ଲୋକଙ୍କ ମନରେ ଭୟ ବି ସୃଷ୍ଟି ହେବାରେ ଲାଗିଥିଲା । କିନ୍ତୁ କଥାରେ ଅଛି, ରଖିଲେ ହରି ମାରିବ କିଏ । ଭାଗ୍ୟବଶତଃ କରେଣ୍ଟ କଟିଯାଇଥିଲା । ଫଳରେ ବାଳକଟି ଆରାମରେ ତଳକୁ ଓହ୍ଲାଇଆସିଥିଲା ।

ଅନ୍ୟପଟେ ବାଳକଟି କାହିଁକି ଓ କିପରି ଟ୍ରାନ୍ସଫର୍ମ ଉପରକୁ ଚଢିଲା ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି । କାରଣ ଖୋଜୁ ଖୋଜୁ ଜଣାପଡିଲା ଯେ, ବାଳକଟି ଅଧିକାଂଶ ସମୟ ସେହିସ୍ଥାନରେ ବୁଲାବୁଲି କରେ । ରାସ୍ତାରେ ଯାଉଥିବା ଗାଡିଗୁଡିକୁ ଦେଖିବାକୁ ପାଇଁ ସେ ଟ୍ରାନ୍ସଫର୍ମ ଉପରକୁ ଚଢିଯାଇଥିଲା । କିନ୍ତୁ ଭାଗ୍ୟବଶତଃ କରେଣ୍ଟ ନଥିବାରୁ ଶିଶୁଟିର ଜୀବନ ବଞ୍ଚିଯାଇଛି ।

Get real time updates directly on you device, subscribe now.