NEWSODISHATOP STORIES

ଆରମ୍ଭ ହେଲା ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ

ଭୁବନେଶ୍ୱର,୧୮/୫,(ଓଡିଶାଭାସ୍କର) : ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ । ଏହି ପରୀକ୍ଷା ପାଇଁ ରାଜ୍ୟର ୨୦ଟି ସହରରେ ୫୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ତେବେ ଭୁବନେଶ୍ୱରରେ ସର୍ବାଧିକ ୧୩ଟି ସେଣ୍ଟରରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ କଟକ ଓ ବାଲେଶ୍ୱରରେ ପରୀକ୍ଷା ପାଇଁ ୪ଟି ଲେଖାଏଁ ପରୀକ୍ଷା ସେଣ୍ଟର କରାଯାଇଛି । ଚଳିତ ଥର ପ୍ରାୟ ୨୯,୯୦୦ ଜଣ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେଉଛନ୍ତି । ଦୁଇଟି ସିଟିଂରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଛି । ପ୍ରଥମ ସିଟିଂ ସକାଳ ୯ଟାରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଦ୍ୱିତୀୟ ସିଟିଂ ଅପରାହ୍ନ ୨ଟାରୁ ୪ଟା ଯାଏଁ ଚାଲିବ । ତେବେ ଲାଟେରାଲ ଏଣ୍ଟ୍ରି ବି.ଟେକ୍, ଲାଟେରାଲ ଏଣ୍ଟ୍ରି ବି.ଫାର୍ମା, ବି. ଫାର୍ମା, ଇଣ୍ଟିଗ୍ରେଟେଡ୍ ଏମବିଏ ଭଳି ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ଏହି ପରୀକ୍ଷା ଦେବାକୁ ପଡିଥାଏ ।

Show More

Related Articles

Leave a Reply

Your email address will not be published. Required fields are marked *